ସମ୍ବଲପୁର: ସମ୍ବଲପୁରର ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳରୁ ପୁଲିସ ଚଢ଼ଉ ସମୟରେ ଜଣେ ବ୍ୟକ୍ତିଙ୍କୁ ଧରିବା ସହିତ ତାଙ୍କ ନିକଟରୁ ବିପୁଳ ନିଶା କାଶ ଔଷଧ ଓ ବଟିକା ଜବତ କରାଯାଇଛି। କ୍ଷେତରାଜପୁର ପୁଲିସର ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ପୁଲିସ ପେଟ୍ରୋଲିଂ ସମୟରେ ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳରେ ସନ୍ଦେହଜନକ ଭାବରେ ବୁଲୁଥିବା ଅଜୟ ମେହେର ନାମକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ପୁଲିସ ଧରିଥିଲା। ପୁଲିସ ଜେରା ସମୟରେ ଯୁବକ ଜଣକ ବେଆଇନ ଭାବରେ ନିଶା କାଶ ଔଷଧ ସହିତ ନିଶା ବଟିକା ମିଳାଇ ପ୍ଲାଷ୍ଟିକ ବୋତଲ ମଧ୍ୟରେ ଭର୍ତ୍ତି କରି ସହରର ବିଭିନ୍ନ ସ୍ଥାନକୁ ଯାଇ ନିଶାଭ୍ୟାସ ଥିବା ବ୍ୟକ୍ତି ମାନଙ୍କୁ ବିକ୍ରି କରୁଥିବାର ସ୍ୱିକାର କରିଥିଲେ। ପୁଲିସ ଅଭିଯୁକ୍ତ ନିକଟରୁ ୧୨୯ଟି ନିଶା କାଶ ଔଷଧ ଓ ୧୦ଟି ନିଶା ବଟିକା ଜବତ କରିଥିଲା। ଏ ସର୍ମ୍ପକରେ ମାମଲା ସଂଖ୍ୟା ୩୦୪/୨୦୨୧ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ବୋଲି କ୍ଷେତରାଜପୁର ପୁଲିସ ଜଣାଇଛି।
Popular Categories



