www.samajalive.in
Sunday, December 14, 2025
16.1 C
Bhubaneswar

ଏମ୍‌ସ ଭୁବନେଶ୍ବରରେ ବଢ଼ିବ ସୁପର ସ୍ପେଶିଆଲିଟି ସେବା

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ଭୁବନେଶ୍ବରରେ ବୃଦ୍ଧି ପାଇବ ସୁପର ସ୍ପେଶିଆଲିଟି ସେବା। ଏମ୍‌ସ ଭୁବନେଶ୍ବରର ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଯଥାକ୍ରମେ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ଚୁଡ଼ାନ୍ତ ପ୍ରକ୍ରିୟା ସମାପ୍ତ ହୋଇଛି। ଚଳିତ ମାସ ୨୧ ଓ ଆଜି ଏମ୍‌ସ ନୂଆଦିଲ୍ଲୀ, ଜେଆଇପିଏମଇଆର ପୁଡୁଚେରୀ ଏବଂ ଏସ୍‌ସିବି ମେଡିକାଲ କଲେଜ ଏଣ୍ଡ୍‌ ହସ୍‌ପିଟାଲ, କଟକରୁ ଆସିଥିବା ବିଶେଷଜ୍ଞଙ୍କ ଟିମ୍‌ ଅନୁଧ୍ୟାନ ପରେ ଉପରୋକ୍ତ ଦୁଇଟି ବିଭାଗରେ ଖୁବ୍‌ଶୀଘ୍ର ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବାନେଇ ପ୍ରକ୍ରିୟା ନିଶ୍ଚିତ ହୋଇଛି। ବିଶେଷଜ୍ଞଙ୍କ ଦଳ ଦୁଇ ବିଭାଗର ଭିତ୍ତିଭୂମି ସହିତ ଗବେଷଣାକୁ ନେଇ ରହିଥିବା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ପରେ ଏକ୍ସପର୍ଟ ଟିମ୍‌ ସନ୍ତୋଷ ପ୍ରକାଶ କରିବା ସହିତ ଦୁଇ ବିଭାଗରେ ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ଏପରି ହେଲେ ଉପରୋକ୍ତ ଦୁଇ ପ୍ରମୁଖ ବିଭାଗରେ ପ୍ରତିବର୍ଷ ଦୁଇଟି କରି ଡିଏମ୍‌/ଏମ୍‌ସିଏଚ୍‌ ସିଟ୍‌ ବୃଦ୍ଧିପାଇବ। ଯାହାକି ଅଧିକ ଗବେଷଣାକୁ ତ୍ବରାନ୍ବିତ କରିବ ଏବଂ ଏହା ଗୁଣବତ୍ତାସମ୍ପନ୍ନ ରୋଗୀସେବାରେ ସହାୟକ ହେବ। ଏହାକୁ ମିଶାଇଲେ ବର୍ତ୍ତମାନ ସମୟରେ ଏମ୍‌ସ ଭୁବନେଶ୍ବରର ୧୬ଟି ବିଭାଗରେ ଡିଏମ୍/ଏମ୍‌ସିଏଚ୍‌ କୋର୍ସ ପ୍ରଚଳନ ହୋଇସାରିଛି। ଏନେଇ ଦେଶର ପ୍ରମୁଖ ଚିକିତ୍ସାବିଜ୍ଞାନୀ ତଥା ଏମ୍‌ସ ଭୁବନେଶ୍ବରର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ଉଚ୍ଚମାନର ରୋଗୀ ସେବା ନିମନ୍ତେ ଅନୁଷ୍ଠାନ ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି। ଏଥିସହିତ ଏମ୍‌ସ ଭୁବନେଶ୍ବରର ସର୍ଜିକାଲ୍‌ ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଯଥାକ୍ରମେ ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସର ପ୍ରଚଳନ ଅଧିକ ଗବେଷଣାର ସୁଯୋଗ ଆଣିଦେବ। ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କ ଉପକାରରେ ଲାଗିବ ବୋଲି ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ମତବ୍ୟକ୍ତ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories