www.samajalive.in
Sunday, December 14, 2025
16.1 C
Bhubaneswar

ଗଣକବି ବୈଷ୍ଣବ ପାଣି ଥିଲେ ଯାତ୍ରା ଜଗତର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା

ବିଭୁତି ଭୂଷଣ ସ୍ମୃତି ସଂସଦ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତିଚାରଣ ଉତ୍ସବରେ ଅତିଥିଗଣ ଏହି ମର୍ମରେ ବକ୍ତବ୍ୟ ପ୍ରଦାନ କରିଛନ୍ତି। ସ୍ମୃତି ସଂସଦର ସଭାପତି ଡଃ ଭୁବନାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିଚାରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡଃ ଅଜୟ କୁମାର ମିଶ୍ର ସମକାଳୀନ ସାହିତ୍ୟର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ଥିଲେ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ପାଣି ସାହିତ୍ୟର ଗବେଷକ ଡଃ ଅଜିତ କୁମାର ମହାପାତ୍ର ଗଣକବି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

- Advertisement -

ସମ୍ମାନନୀୟ ଅତିଥି ଡଃ ଜନାର୍ଦନ ରାଉତ ବକ୍ତବ୍ୟ ରଖିଥିବା ବେଳେ ରସରାଜ ବୀର କିଶୋର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସଂସଦର ସମ୍ପାଦକ ଭୂପେନ ଚାଟାର୍ଜୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ପାଣି ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅନୁଷ୍ଠାନର କଳାକାର ନରହରି ପୃଷ୍ଟି, ଯଶୋବନ୍ତ ଜେନା ଓ ଆକୁଳି ଚରଣ ରାଉତଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପପୁ ମଲିକ, ବିଦୁସ୍ମିତା ସାହୁ, ଦାସ ଅଙ୍କିତା ଚାନ୍ଦ, ରୀସାନ ଦାସ, ଦେବ ରଞ୍ଜନ ସିଂହ, ହରପ୍ରିୟା ସାହୁ, ଅଭିଲିପ୍ସା ରାଉତ, କଳ୍ପିତା ପାଣ୍ଡେ ଓ କ୍ଷିତୀଶ ସ୍ୱାଇଁଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଅତିଥିମାନଙ୍କୁ ହୃଷିକେଶ ଲାଲ, ସୁଟୁ ଘୋଷ ଓ ରବିନ୍ଦ୍ରନାଥ ସିହ୍ନା ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସଂଗଠନ ସମ୍ପାଦକ ସୁକାନ୍ତ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ନାଟ୍ୟକାର ଭାବଗ୍ରାହୀ ଦାସ, ଅଧ୍ୟାପକ ସତ୍ୟବ୍ରତ ବେହୁରା, ଅରୁଣ କୁମାର ବାରିକ ଓ ଅରକ୍ଷିତ ସାହୁ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories