www.samajalive.in
Sunday, December 14, 2025
19.1 C
Bhubaneswar

ବାଳଶ୍ରମିକ ଉଚ୍ଛେଦ ବିରୋଧରେ ରାଜ୍ୟରେ ଇ-କ୍ୟାମ୍ପେନ୍ ଆରମ୍ଭ

ଭୁବନେଶ୍ୱର: ଇଡିୟୁସିଓ ଏବଂ ପ୍ରେମ୍ ଓ ଓଡିଶା ରାଜ୍ୟ ବାଳ ଅଧିକାର ସୁରକ୍ଷା କମିଶନଙ୍କ ମିଳିତ ସହଯୋଗରେ ବାଳ ଶ୍ରମିକ ଉଚ୍ଛେଦ ଓ ବାଳ ବିବାହ ବନ୍ଦ ପାଇଁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଜି ହୋଟେଲ ଏଚ୍.ଏଚ୍.ଆଇରେ ବାଳ ଅଧିକାର ସୁରକ୍ଷା କମିସନର ସନ୍ଧ୍ୟାରାଣୀ ପ୍ରଧାନଙ୍କ ସଭାପତିତ୍ୱରେ ସାଂସଦ ସୁଜିତ୍ କୁମାର, ଆୟୋଜକ ଇଡିୟୁସିଓ ଏବଂ ପ୍ରେମର ମୁଖ୍ୟ ଗୁରୁପ୍ରସାଦ,ଜାକବ ଥୁଣ୍ଡୁଲି ଅତିଥି ଭାବେ ଯୋଗ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

 

- Advertisement -

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥିବୃନ୍ଦ ସେମାନଙ୍କ ଅତିଥି ଅଭିଭାଷଣରେ ବାଳ ଶ୍ରମିକ ଓ ବାଳ ବିବାହ ପ୍ରଥା ବନ୍ଦ ପାଇଁ ରାଜ୍ୟ ସାରା ଇ-ଅଭିଯାନ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଳଶ୍ରମିକ ଅଭିଶେକ ଓ ପାପୁନୀ ନାଏକ ଦାରିଙ୍ଗବାଡିରୁ ଆଜି ତାଙ୍କ ସମସ୍ୟା ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ବଖାଣି ବାଳଶ୍ରମିକଙ୍କୁ ଗରିବ ସ୍ଥାନାନ୍ତର ଶ୍ରମିକ ପରିବାରରୁ ମୁକ୍ତ କରିବାକୁ ହେଲେ ସେମାନଙ୍କ ପାଇଁ ଶିକ୍ଷା ଓ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୂରକରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ବାଳଶ୍ରମିକ ଉଚ୍ଛେଦ ଅଭିଯାନ ଓଡିଶାର ଗୋପାଳ କର, ରଣଜିତ୍ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ସେମାନଙ୍କ ଅଭିଯାନକୁ ସଫଳ କରିବାକୁ ହେଲେ ସରକାର ସମସ୍ତଙ୍କୁ ସାମିଲ୍ କରାଇ, ଶିକ୍ଷା ଓ ସ୍ଥାନାନ୍ତର ଶ୍ରମିକଙ୍କ ପାଇଁ କର୍ମ ବ୍ୟବସ୍ଥା ନିମନ୍ତେ ଅଧିକ ବ୍ୟୟ ଅଟକଳ କରିବା ଦରକାର। ଶିଳ୍ପାଞ୍ଚଳ, ଖଣି ଅଞ୍ଚଳ ଓ ରାଜ୍ୟର ସିମାନ୍ତ ଅଂଚଳରେ ସ୍ଥାନାନ୍ତର ଶ୍ରମିକ ସଂଖ୍ୟା ରୋକିବାକୁ ଯୋଜନା ବଦ୍ଧ ସମନ୍ୱୟ ପ୍ରୟାସ ଜାରି ରଖିବାକୁ ଓ ସ୍ୱେଚ୍ଛାସେବୀଙ୍କ ଅନୁଭୂତିକୁ ସାମିଲ କରି ସହଯୋଗୀ ବିକାଶରେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଶେଷରେ ଡାନିଏଲ୍ ଉର୍ଗ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories