ବିଆଇପିଏଫ ତରଫରୁ କୋଭିଡ଼ ଟିକାଦାନ ଶିବିର

ଚୌଦ୍ୱାର: ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଚୌଦ୍ୱାରରେ ଏକ ମେଗା କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଇମ୍ଫା ଶିଳ୍ପଗୋଷ୍ଠିର ପ୍ରତିଷ୍ଠାତା ସ୍ୱର୍ଗତ୍ ଡ. ବଂଶୀଧର ପଣ୍ଡାଙ୍କ ଜନ୍ମଦିନ ତଥା ଇମ୍ଫାର ପ୍ରତିଷ୍ଠା ଦିବସ ଅବସରରେ ଚୌଦ୍ୱର ଯାତ୍ରା ପଡ଼ିଆସ୍ଥିତ ୟୁନିଅନ୍ ସ୍ପୋର୍ଟିଂ କ୍ଲବ୍ ପରିସରରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା ଓ ଇମ୍ଫାର ମାନବ ସମ୍ବଳ ପ୍ରଶାସନିକ ଅଧିକାରୀ ଜି. ଶାରଦା ପ୍ରସାଦ ରାଓ ଉଦଘାଟନ କରିଥିଲେ । ଏଥିରେ ୨୮୬ ଜଣ ସ୍ଥାନୀୟ ନାଗରିକଙ୍କୁ ପ୍ରଥମ ଡୋଜ୍ ଏବଂ ୧୨୧ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆ ଯାଇଥିଲା । ଡେପୁଟି ଜେନେରାଲ ମ୍ୟାନେଜର ଧ୍ରୁବ ଚରଣ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ସୁଶାନ୍ତ ବେହେରା, ପ୍ରତାପ ସାହୁ, ସନାତନ ଦଳାଇ, ପଦ୍ମଜ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଭୁବନେଶ୍ୱରସ୍ଥିତ ଆପୋଲୋ ହସପିଟାଲ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇମ୍ଫାର ସ୍ୱାସ୍ଥ୍ୟ ଓ ଡାଟା ଲ୍ୟାବ୍ କର୍ମଚାରୀ ରସାନନ୍ଦ ପ୍ରଧାନ, ଜୟନ୍ତ ସାହୁ, ସଂଗ୍ରାମ ମିଶ୍ର, ଆଶିଷ ଦାସ, ପ୍ରିୟଙ୍କା ଖୁଣ୍ଟିଆ, ପ୍ରିୟାଙ୍କା ଶତପଥୀ ପ୍ରମୁଖ ଟିକାକରଣ କରିଥିଲେ ।

Comments are closed.