www.samajalive.in
Monday, December 15, 2025
26.1 C
Bhubaneswar

ଚାନ୍ଦବାଲି ଏଲଆଇସି ଶାଖାର ୧୩ତମ ଜନ୍ମବାର୍ଷିକ ପାଳିତ

ଧାମରା :  ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି), ଚାନ୍ଦବାଲି ଶାଖାର ୧୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏଲଆଇସି ଚାନ୍ଦବାଲି ଅଫିସ ସଭାଗୃହରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜୀବନ ବୀମା ନିଗମ କଟକ ଶାଖାର ମୁଖ୍ୟ ପରିଚାଳକ ଅନନ୍ତ ଭୁଷଣ ରଥ ଯୋଗ ଦେଇ ଆଗାମୀ ଦିନରେ ସାଧାରଣ ଜନତାଙ୍କ ପ୍ରତି ଜୀବନ ବୀମା କେବଳ ବୀମା ହୋଇରହି ନାହିଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ଏକ ମାଇଲଖୁଣ୍ଟ  ହୋଇ ରହିଥିବା କଥା ନିଜର ଅଭିଭାଷଣରେ ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ କଟକ ଡିଭିଜନର ବିକ୍ରୟ ପରିଚାଳକ ପି. ରାଜଶେଖର ଯୋଗ ଦେଇ ଉପସ୍ଥିତ ଥିବା ଶତାଧିକ ଏଜେଣ୍ଟ ମାନଙ୍କୁ କିପରି ସାଧାରଣ ଜନତାଙ୍କୁ ସମସ୍ତ ସମୟରେ ସାହାଯ୍ୟ କରି ଭାରତୀୟ ଜୀବନ ବୀମା ସମସ୍ତ ପଲିସିକୁ ଅବଗତ କରାଇବା ସହ ସେମାନଙ୍କ ସୁଖଦୁଃଖରେ ସାମିଲ କରିବାକୁ କହିଥିଲେ।

ଆଜିର ଏହି ପ୍ରତିଷ୍ଠା ଦିବସରେ ଚାନ୍ଦବାଲି ଶାଖାର ପରିଚାଳକ ଅକ୍ଷୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଉପସ୍ଥିତ ଥିବା ବରିଷ୍ଠ ବୀମାକର୍ତ୍ତା ତଥା ମୁଖ୍ୟ ଜୀବନବୀମା ପରାମର୍ଶଦାତା ପ୍ରଭାକର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ଚାନ୍ଦବାଲି ଶାଖାର ପ୍ରଶାସନିକ ଅଧିକାରୀ ଗୟାଧର ଦାସ , ବିଭୂତି ଭୂଷଣ ବେହେରା ସୁଧାକର ବିଶ୍ୱାଳ, ଅଲେଖ କୁମାର ସାହୁ, ନରୋତମ ଦାସ, ପ୍ରମୋଦ କୁମାର ମହାଳିକ, ମନୋରଞନ ମହାନ୍ତଙ୍କ ସମେତ ପ୍ରମୁଖ ଯୋଗ ଦେଇଥିଲେ । ଜୀବନ ବୀମା ନିଗମର ଦିପୁନ କୁମାର ବିଶ୍ୱାଳ, ନିରଞନ ନାୟକଙ୍କ ସମେତ ଶତାଧିକ ଏଜେଣ୍ଟ ଏବଂ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories