www.samajalive.in
Sunday, December 14, 2025
23.1 C
Bhubaneswar

ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଚାଉଳ ଟ୍ରକ୍‌, ବରପିତା, ବାଜାବାଲା ସମେତ ୩ ମୃତ

ମାଲକାନଗିରି: ମାଲକାନଗିରି ଜିଲା ସଦର ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଚାଉଳ ବୋଝେଇ ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ବରପିତାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି। ଖବରରୁ ପ୍ରକାଶ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପରେ ଏକ ଶୋଭାଯାତ୍ରାରେ ବର ସମେତ ତାଙ୍କ ବନ୍ଧୁ ଓ ପରିବାର ଯାଉଥିଲେ। ସେହି ସମୟରେ ନିୟନ୍ତ୍ରଣ ହରାଇ ଏକ ଚାଉଳ ବୋଝେଇ ଟ୍ରକ୍‌ ଆସି ଶୋଭାଯାତ୍ରାକାରୀଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଶୋଭାଯାତ୍ରାରେ ଯାଉଥିବା ପାଣ୍ଡ୍ରିପାଣି ସରପଞ୍ଚ ତଥା ବରର ପିତା ଶିବ ଖେମୁଡୁ ଏବଂ ସୁନାବେଡାର ଜଣେ ଯୁବକ ସନ୍ତୋଷ କୁମାର ସାହୁ ଓ ଜଣେ ବାଜା ବାଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ୫ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ ଚାଳକଙ୍କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି। କ୍ଷତିପୂରଣ ଦାବି କରି ମାଲକାନଗିରି ମୋଟୁ ମୁଖ୍ୟ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ମାଲକାନଗିରି ଆଇ.ଆଇ.ସି. ରାମପ୍ରସାଦ ନାଗ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଚାଳକକୁ ଗିରଫ କରିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories