www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ୱରରେ ସହିଦ ଚମ୍ପେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମଣିପୁରରେ ଆତଙ୍କବାଦୀଙ୍କ ସହ ଏନକାଣ୍ଟରରେ ସହିଦ ହୋଇଥିବା ଆସାମ ରାଇଫଲର ୨୯ ବର୍ଷୀୟ ଯବାନ୍‍ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର ଆଜି ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା। ଏୟାର ଇଣ୍ଡିଆ ବିମାନରେ ସହିଦଙ୍କ ମରଶରୀର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସିଆରପିଏଫ୍‍ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇ ଥିଲା। ସିଆରପିଏଫ୍‍ ଡିଆଇଜି (ପ୍ରଶାସନ) ଜି.ଏଲ୍‍ ମୀନା, ଡିଆଇଜି ଏସ୍‍.କେ ଟିଗା, ଅତିରିକ୍ତ ଡିସିପି ତପନ କୁମାର ପାତ୍ର, ଗୃହ ବିଭାଗ ଅତିରିକ୍ତ ସଚିବ ବିଷ୍ଣୁ ଚରଣ ପୃଷ୍ଟିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ଚମ୍ପେଶ୍ୱରଙ୍କ ମରଶରୀର ତାଙ୍କ ଗ୍ରାମ ରେଢ଼ାଖୋଲ ଅଭିମୁଖେ ନିଆଯାଇଥିଲା।
ସୂଚନା ଅନୁସାରେ ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ୍‍ ଧଉରାଖମଣ ଗ୍ରାମର ଚମ୍ପେଶ୍ୱର ମହାକୁଡ଼ ୨୦୦୧ ମସିହାରେ ଆସାମ ରାଇଫଲ୍‍ର ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଥିଲେ। ଗତ ଶୁକ୍ରବାର ଦିନ ମଣିପୁରର ଚାନ୍ଦେଲ ଜିଲାରେ ଉଗ୍ରବାଦୀ ସଂଗଠନ ପିପୁଲସ୍‍ ଲିବରେସନ୍‍ ଆର୍ମି (ପିଏଲ୍‍ଏ) ସହ ଗୁଳି ବିନିମୟ ସମୟରେ ସହିଦ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories