www.samajalive.in
Saturday, December 6, 2025
23.1 C
Bhubaneswar

ବାବ୍ରି ମସ୍‍ଜିଦ ଧ୍ୱଂସ ମାମଲା: ଶୁଣାଣିର କାର୍ଯ୍ୟସୂଚୀ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବାବ୍ରି ମସ୍‍ଜିଦ୍‍ ଧ୍ୱଂସ ମାମଲାର ଶୁଣାଣିରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚୂଡ଼ାନ୍ତ ଶୁଣାଣି ନିମନ୍ତେ କେତେ ସମୟ ଲାଗିବ ବୋଲି ସୁପ୍ରିମକୋର୍ଟ ତଳକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଏହି ଶୁଣାଣି ପ୍ରକ୍ରିୟାର କାର୍ଯ୍ୟସୂଚୀ ସମ୍ବନ୍ଧରେ ସବିଶେଷ ତଥ୍ୟ ସମ୍ବଳିତ ଜଉମୁଦ ସତ୍ୟପାଠ ଦାଖଲ କରିବାକୁ ତଳକୋର୍ଟଙ୍କୁ ସୁପ୍ରିମକୋର୍ଟ ବିଚାରପତି ଆର୍‍. ଏଫ୍‍. ନରିମନ ଏବଂ ଇନ୍ଦୁ ମଲହୋତ୍ରାଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଏହି ମାମଲା ସମ୍ବନ୍ଧରେ ହୋଇଥିବା ଅନ୍ୟ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତିକ୍ରିୟା ଲୋଡିଛନ୍ତି। ତଳକୋର୍ଟ ବିଚାରପତି ଏସ୍‍. କେ. ଯାଦବଙ୍କ ପକ୍ଷରୁ ଏହି ଆବେଦନ ହୋଇଛି। ବାବ୍ରି ମସ୍‍ଜିଦ ଧ୍ୱଂସ ମାମଲାର ଶୁଣାଣି ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ନିର୍ଦେଶ ଦେଇଥିବା ଦର୍ଶାଇ ତାଙ୍କ ପଦୋନ୍ନତିକୁ ଉତ୍ତରପ୍ରଦେଶ ସରକାର ଅଟକାଇ ରଖିଥିବା ଯାଦବ ଆବେଦନରେ ଦର୍ଶାଇଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟ ୧୯୯୨ ବାବ୍ରି ମସ୍‍ଜିଦ ଭଙ୍ଗ ମାମଲାରେ ବିଜେପିର ବର୍ଷୀୟାନ ନେତା ଏଲ୍‍. କେ. ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ କରିଥିଲେ। ଆଡ଼ଭାନୀ, ଯୋଶୀ ଏବଂ ଉମା ଭାରତୀଙ୍କ ବିରୋଧର ସାଙ୍ଘାତିକ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ ଦୈନିକ ଶୁଣାଣି ଭିତ୍ତିରେ ୨ ବର୍ଷ ମଧ୍ୟରେ ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ବାବ୍ରି ମସ୍‍ଜିଦ ଭଙ୍ଗ ଯୁଗର ଏଭଳି ଏକ ଅପରାଧ ଯାହାକି ସମ୍ବିଧାନର ଧର୍ମନିରପେକ୍ଷତାର ରଙ୍ଗକୁ ପ୍ରଭାବିତ କରିଛି ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories