www.samajalive.in
Monday, December 15, 2025
26.1 C
Bhubaneswar

ସୋହରାବୁଦ୍ଦିନ ଶେଖ୍‍ ମାମଲା: ବଞ୍ଜାରାଙ୍କ ସହ ୪ ଜଣଙ୍କ ମୁକ୍ତି ସମ୍ବନ୍ଧୀୟ ରାୟ କାଏମ

ମୁମ୍ବଇ : ସୋହରାବୁଦ୍ଦିନ ଶୈଖ୍‍ ମିଥ୍ୟା ଏନ୍‍କାଉଣ୍ଟର ମାମଲାରେ ଅଭିଯୁକ୍ତ ଥିବା ଗୁଜରାଟ ଏଟିଏସ୍‍ର ପୂର୍ବତନ ମୁଖ୍ୟ ଡି. ଜି. ବଞ୍ଜାରାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମୁକ୍ତ କରିବା ନେଇ ତଳ କୋର୍ଟଙ୍କ ରାୟକୁ ବମ୍ବେ ହାଇକୋର୍ଟ ସୋମବାର କାଏମ ରଖିଛନ୍ତି। ଅନ୍ୟ ଅଧିକାରୀମାନେ ହେଲେ ଗୁଜରାଟ ପୁଲିସ ଅଧିକାରୀ ରାଜକୁମାର ପାଣ୍ଡିଆନ ଏବଂ ଏନ୍‍. କେ. ଆମିନୋଫ ଏବଂ ରାଜସ୍ଥାନ ପୁଲିସ ଅଧିକାରୀ ଦିନେଶ ଏମ୍‍. ଏନ୍‍ ଏବଂ ଦଳପତ ସିଂହ ରାଠୋର। ଏମାନଙ୍କ ମୁକ୍ତି ବିରୋଧରେ ହୋଇଥିବା ଆବେଦନରେ କୌଣସି ଗୁରୁତ୍ୱ ନ ଥିବା ହାଇକୋର୍ଟ ଦର୍ଶାଇଛନ୍ତି। ୨୦୦୫-୦୬ରେ ସୋହରାବୁଦ୍ଦିନ, ତାଙ୍କ ପତ୍ନୀ କୌସର ବି ଏବଂ ସେମାନଙ୍କ ସହଯୋଗୀ ତୁଳସୀରାମ ପ୍ରଜାପତିଙ୍କୁ ଆତଙ୍କବାଦୀ ସନ୍ଦେହରେ ଏନ୍‍କାଉଣ୍ଟର କରାଯାଇଥିଲା। ଏହି ମାମଲାରେ ଅଭିଯୁକ୍ତ ଥିବା ଗୁଜରାଟ ପୁଲିସ ଅଧିକାରୀ ବିପୁଳ ଅଗ୍ରୱାଲଙ୍କ ମୁକ୍ତ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଅଗ୍ରୱାଲଙ୍କ ପୂର୍ବରୁ ତଳକୋର୍ଟ ଖାରଜ କରିଦେଇଥିଲେ। ବିଚାରପତି ଏ.ଏମ୍‍ ବଦର ଉପରୋକ୍ତ ଅଧିକାରୀମାନଙ୍କ ମୁକ୍ତି ବିରୋଧରେ ହୋଇଥିବା ୫ଟି ସମୀକ୍ଷା ଆବେଦନ ଏବଂ ଅଗ୍ରୱାଲଙ୍କ ସାନି ଆବେଦନ ଉପରେ ଜୁଲାଇରେ ୨ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories