www.samajalive.in
Saturday, December 6, 2025
14.1 C
Bhubaneswar

କୈଳାସ ମାନସରୋବର ଜଳ ମହାତ୍ମାଗାନ୍ଧୀଙ୍କ ସମାଧିରେ ସମର୍ପିଲେ ରାହୁଲ

ନୂଆଦିଲ୍ଲୀ : ପବିତ୍ର କୈଳାସ ମାନସରୋବର ଯାତ୍ରା କାଣ୍ଟଛାଣ୍ଟ କରି ଶୀଘ୍ର ଫେରି ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରୁ ଆଣିଥିବା ଜଳକୁ ସୋମବାର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଅର୍ପଣ କରିଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ଆହୁତ ଭାରତ ବନ୍ଦରେ ଯୋଗ ଦେବା ପୂର୍ବରୁ ସେ ରାଜଘାଟ ଗସ୍ତ କରିଥିଲେ। କୈଳାଶ ମାନସରୋବରରୁ ଫେରିବା ପରେ ତାଙ୍କୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଜଳ ଅର୍ପଣ କରିବା ପରେ ସେ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଏବଂ ଅନ୍ୟ ବିରୋଧୀ ଦଳଗୁଡିକର ନେତାଙ୍କ ଗହଣରେ ରାମଲୀଳା ମୈଦାନକୁ ଯାଇ ବନ୍ଦ ପାଳନରେ ଯୋଗଦେଇଥିଲେ। ଅଗଷ୍ଟ ୩୧ରେ ରାହୁଲ ମାନସରୋବର ଯାତ୍ରାରେ ବାହାରିବା ପରେ ଏହି ଯାତ୍ରାର ସତ୍ୟାସତ୍ୟ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା। ଏପରିକି ଯାତ୍ରାପଥରେ ରାହୁଲ ଉଠାଇଥିବା କେତେକ ସେଲ୍‍ଫି କଂଗ୍ରେସ ପକ୍ଷରୁ ସାର୍ବଜନୀନ ହେବା ପରେ ସେଗୁଡିକ ମିଥ୍ୟା ବୋଲି ବିଜେପି ଦର୍ଶାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories