ହାଇଦରାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା : ଆଉ ଜଣେ ଦୋଷୀ ସାବ୍ୟସ୍ତ
ହାଇଦରାବାଦ : ହାଇଦରାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିମ୍ନ ଅଦାଲତ ଆଉଜଣେ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିଛନ୍ତି। ସିରିଏଲ ବୋମା ବିସ୍ଫୋରଣ ଘଟାଇଥିବା ଦୋଷୀମାନଙ୍କୁ ଏହି ଅଭିଯୁକ୍ତ ଆଶ୍ରୟ ଦେଇଥିବା ଦର୍ଶାଇ ଦ୍ୱିତୀୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସେହି ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ୨୦୦୭ ମସିହାରେ ହାଇଦ୍ରାବାଦର ଲୁମ୍ବିନି ପାର୍କ ଓ ଗୋକୁଲ ଚାଟ୍ରେ ଘଟିଥିବା ଦୁଇଟି ବିସ୍ଫୋରଣରେ ୪୨ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୦ଜଣ ଆହତ ହୋଇଛନ୍ତି।
ଗତ ସପ୍ତାହରେ ଅଦାଲତ ଏହି ମାମଲାରେ ୨ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଅନ୍ୟ ୨ଜଣଙ୍କୁ ଦୋଷମୁକ୍ତ କରିଥିଲେ।