www.samajalive.in
Monday, December 15, 2025
16.1 C
Bhubaneswar

ଘଣ୍ଟାପଡା ଅଞ୍ଚଳରୁ ପୁଣି ଜବତ ହେଲା ବାଘ ଛାଲ

କଣ୍ଟାମାଳ: ବୌଦ୍ଧ ଜିଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି। ଲଗାତାର ବନ୍ୟପ୍ରାଣୀ ମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଏସବୁ ସତ୍ତ୍ବେ ବନବିଭାଗ କର୍ମଚାରୀଙ୍କ ଚେତା ପଶୁନି। ଫଳରେ ବିଭାଗୀୟ କାର୍ୟ୍ୟଦକ୍ଷତା ନେଇ ସନ୍ଦେହ ସୃଷ୍ଟି କରିଛି । ରବିବାର ସକାଳ ୭ଘଣ୍ଟା ୩୦ମିନିଟ୍ ସମୟରେ କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡା ଅଞ୍ଚଳରୁ ପୁଣି ଜବତ ହେଲା ବାଘ ଛାଲ। ଏସଟିଏଫ ଓ ବନ ବିଭାଗ ପକ୍ଷରୁ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଣ୍ଟାପଡା ଅଞ୍ଚଳରେ ଚଢ଼ାଉ କରି ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ।

 

- Advertisement -

ବୌଦ୍ଧ ଜିଲାରେ ବାରମ୍ବାର ବାଘଛାଲ ଜବଦ ହେଉଛି ଅଥଚ ବନବିଭାଗ ଖବର ପାଉନି। ପୋଲିସ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଚଢ଼ଉ କରି ବାଘ ଛାଲ ଜବଦ କରୁଛି। ପୂର୍ବରୁ ୨ଟି ସ୍ଥାନରେ ବାଘଛାଲ ଜବତ ହୋଇସାରିଥିବା ବେଳେ ଆଜି ମଧ୍ୟ ଏହି ଘଟଣାରେ ଜଣକୁୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଖମନ୍ ଖୋଲ ପଞ୍ଚାୟତ ଅନ୍ତର୍ଗତ ପୁରୁଘାଟ ଗ୍ରାମର ଶଚିତନ ନାୟକ। ଜବତ ବାଘଛାଲକୁ ତଦନ୍ତ ଓ ରାସାୟନିକ ପରୀକ୍ଷା ପାଇଁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି କଣ୍ଟାମାଳ ରେଞ୍ଜର କ୍ଷୀରାଦ୍ରୀ ପ୍ରଧାନ କହିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories