ଝୁମ୍ପୁରା: ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ରସବନ୍ତଳା ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକୁ ସମାଧାନ ପାଇଁ ଗ୍ରାମବାସୀ ପାଟଣା ବିଧାୟକଙ୍କ ନିକଟରେ ଦାବି କରିଥିଲେ ଏବଂ ଏହାର ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଗ୍ରାମବାସୀମାନେ ବିଧାୟକଙ୍କୁ କହିଥିଲେ ଯେ ରସବନ୍ତଳା ଗ୍ରାମରେ ରାସ୍ତାର ସମସ୍ୟା ଏବଂ ପାନୀୟ ଜଳର ସମସ୍ୟା ଦୀର୍ଘଦିନରୁ ଲାଗି ରହିଛି। ଏହି ଦୁଇ ମୁଖ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଅବଗତ କରିଆସୁଛନ୍ତି। କିନ୍ତୁ ପ୍ରଶାସନର ଅଧିକାରୀମାନେ ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି।
ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ବିଧାୟକଙ୍କୁ ଦାବି କରିଥିଲେ। ବିଧାୟକ ଗ୍ରାମବାସୀଙ୍କ ସହିତ ସେମାନଙ୍କ ଗ୍ରାମରେ ପହଞ୍ଚି ଗ୍ରାମର ମୁଖ୍ୟ ସମସ୍ୟା ଗୁଡିକ ବୁଲି ଦେଖିଥିଲେ। ଏହାକୁ କିପରି ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମରେ ଲାଗି ରହିଥିବା ସମସ୍ୟା ଗୁଡିକ ବିଭାଗୀୟ ଅଧିକାରୀ ଏବଂ ଜିଲାପ୍ରଶାସନ ସହିତ ଆଲୋଚନା କରି ଖୁବ୍ କମ ଦିନରେ ସମାଧାନ କରାଯିବ ବୋଲି ବିଧାୟକ ଗ୍ରାମବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।



