www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧରେ ସାଇବର ଠକେଇ ; ଅଭିଯୁକ୍ତ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସକୁ ଏକ ବଡସଫଳତା ମିଳିଛି ।ସାଇବର ଅପରାଧ ମାମଲାରେ ପୁଲିସ ଭୀମସେନ ବାରିକ ଭଳି ଜଣେ ସାଇବର ଠକକୁ ଧରିବାରେ ସକ୍ଷମ ହୋଇଛି ।ଗିରଫ ଅଭିଯୁକ୍ତଙ୍କ ଘର ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅର୍ନ୍ତଗତ ପୁରୁପାଚୁନ୍ବଟା ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଗତ ନଭେମ୍ବର ୨୦୨୦ ମସିହାରେ ପୁରୁଣାକଟକ ଥାନା ଅର୍ନ୍ତଗତ କମଳପୁର ଗ୍ରାମର ବାସିନ୍ଦା ନାରାୟଣ ବେହେରାଙ୍କୁ ଋଣ ଦେବା ପ୍ରଳୋଭନ ଦେଖାଇ ସାଇବର ଠକ ଭୀମସେନ ବାରିକ ତାଙ୍କର ବ୍ୟାଙ୍କ ପାସବୁକ.ଏ.ଟି.ଏମ,ଆଧାରକାର୍ଡ,ଭୋଟ ପରିଚୟ ପତ୍ର,ମୋବାଇଲ ସିମ ସବୁ ବିଭିନ୍ନ ଆଳ ଦେଖାଇ ନେଇଥିଲା ।ଏହା ପରେ ନାରାୟଣଙ୍କୁ କୌଣସି ଲୋନ ଦେବା ପରିବର୍ତେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ସହିତ ପାଖାପାଖି ୮୫ହଜାରଟଙ୍କା ଲୁଟ କରିଥିଲା ।ନାରାୟଣଙ୍କ ସନେ୍ଦହ ହେବାରୁ ସେ ଗତ ଜୁଲାଇ ମାସରେ ପୁରୁଣାକଟକ ଥାନାରେ ଏ ସର୍ମ୍ପକରେ ଜଣାଇଥିଲେ ।ପୁରୁଣାକଟକ ଥାନା କେଶ ନଂ ୧୨୯/୨୧ରେ ପୁଲିସ ଏକ ସାଇବର ଅପରାଧ ମାମଲା ରୁଜୁକରି ଏହାର ତଦନ୍ତ ଚଳେଇଥିଲା ।ଏହି ମାମଲାରେ ପୁଲିସ ଦୀର୍ଘ ୫ମାସ ପରେ ସାଇବର ଠକ ଭୀମସେନ ବାରିକକୁ ଗିରଫ କରିଥିବା ପୁରୁଣାକଟକ ଆଈ.ଆଈ.ସି ସୂଚନା ଦେଇଛନ୍ତି ।ସେ ଏଭଳି ଲୋକଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ ଖାତାରୁ ପଇସା ଲୁଟ କରୁଥିବା ଭଳି ଚାଚଂଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି ।ଏହି ଅପରାଧରେ ରାଜ୍ୟ ବାହାରର ବଡ ବଡ ଅପରାଧି ଥିବା ସେ ସୂଚନା ଦେଇଛନ୍ତି ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories