www.samajalive.in
Sunday, December 14, 2025
19.1 C
Bhubaneswar

୨୦୨୨ ଆଇପିଏଲ୍‌ ଭାରତରେ ହିଁ ହେବ : ଶାହା

ନୂଆଦିଲ୍ଲୀ : ଶନିବାର ଭାରତୀୟ କ୍ରିକେଟ୍‌ କ​‌େ​‌ଣ୍ଟ୍ରାଲ୍‌ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହା ବଡ଼ ଘୋଷଣା କରିଛନ୍ତି ଯେ ୨୦୨୨ର ଆଇପିଏଲ୍‌ ସଂସ୍କରଣ ଭାରତରେ ହିଁ ଆୟୋଜନ ହେବ। ୨୦୨୧ରେ ଆଇପିଏଲ୍‌ ଚମ୍ପିଆନ୍‌ ଚେନ୍ନଇ ସୁପର କିଙ୍ଗ୍‌ସର ଉତ୍ସବ ପାଳନ ଉତ୍ସବରେ ​‌େ​‌ଯାଗ ଦେଇଥିବା ଶାହା ଏହା କହିଛନ୍ତି। ୪ର୍ଥ ଥର ପାଇଁ ସିଏସ୍‌କେ ଆଇପିଏଲ୍‌ ଚମ୍ପିଆନ୍ ହୋଇଥିଲା। ତେବେ ଆଇପିଏଲ୍‌ ପରେ ସିଏସ୍‌କେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳର ମାର୍ଗଦର୍ଶନ ନିଯୁକ୍ତ ହୋଇଥିବାରୁ ଏହି ବିଜୟୋତ୍ସବ ପାଳନ ମାସେ ବିଳମ୍ବ ହୋଇ ଯାଇଥିଲା।
ଭାରତରେ କରୋନା ସଂକ୍ରମଣ ଯୋଗୁଁ ୨୦୨୦ର ସମ୍ପୂର୍ଣ୍ଣ ଆଇପିଏଲ୍‌ ଏବଂ ୨୦୨୧ ଆଇପିଏଲ୍‌ର ଦ୍ବିତୀୟାର୍ଦ୍ଧ ୟୁଏଇରେ ଖେଳା ଯାଇଥିଲା। ଉତ୍ସବରେ ଜୟ ଶାହା କହିଥିଲେ, ମୁଁ ଜାଣିଛି ଯେ ତୁମେମାନେ ଉତ୍ସୁକତାର ସହ ଅପେକ୍ଷା କରିଛ ଯେ ସିଏସ୍‌କେ ଦଳ ଚେନ୍ନଇର ଚେପକ୍ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳୁ। ଏହି ମୁହୂର୍ତ୍ତ ଆଉ ବେଶିଦିନ ନାହିଁ। ଆଇପିଏଲ୍‌ର ୧୫ଶ ସଂସ୍କରଣ ଭାରତରେ ଖେଳାଯିବ। ଏହା ଅଧିକ ଆକର୍ଷଣୀୟ ହେବ; କାରଣ ଆଉ ୨ଟି ନୂଆ ଦଳ ଯୋଗ ଦେଉଛନ୍ତି। ଏହା ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। ଏବେ ଦେଖିବାକୁ ବାକିରହିଲା ଯେ କେଉଁ ଖେଳାଳି କେଉଁ ଦଳରେ ଯୋଗ ଦେଉଛନ୍ତି। କାରଣ ସମସ୍ତ ଦଳର ରୂପରେଖ ବଦଳିଯିବ। ୨୦୧୯ ଆଇପିଏଲ୍‌ ସଂସ୍କରଣ ପରଠାରୁ ସିଏସ୍‌କେ ଦଳ ଚେପକ୍ ଷ୍ଟାଡିୟମ୍‌ରେ ଖେଳିନାହିଁ। ୨୦୨୦ ଆଇପିଏଲ୍‌ର ପ୍ରଥମାର୍ଦ୍ଧ ଭାରତରେ ଖେଳା ଯାଇଥିଲା। ହେଲେ ଖେଳସୂଚୀ ଏପରି ହୋଇଥିଲା ଯେ କୌଣସି ଦଳ ନିଜ ଗ୍ରାଉଣ୍ଡରେ ଖେଳି ପାରିନଥିଲେ। ୨୦୨୨ ଆଇପିଏଲ୍‌ ପାଇଁ ପୁରୁଣା ଦଳ ସର୍ବାଧିକ ୪ ଜଣ ଖେଳାଳିଙ୍କୁ ନିଲାମ ପୂର୍ବରୁ ରଖିପାରିବେ। ନିଲାମ ପାଇଁ ଛଡ଼ା ଯାଇଥିବା ଖେଳାଳିଙ୍କ ମଧ୍ୟରୁ ୨ଟି ନୂଆ ଦଳ ୩ ଜଣ ଲେଖାଏଁ ଖେଳାଳି ନିଲାମ ପୂର୍ବରୁ ରଖିପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories