www.samajalive.in
Saturday, December 6, 2025
26.1 C
Bhubaneswar

ପର୍ଯ୍ୟଟକକୁ ଆକର୍ଷିତ କରୁଛି ଜଳପ୍ରପାତ ଭରା ଘୁମେରେଶ୍ୱର ଶୈବପୀଠ

ନବରଙ୍ଗପୁର : ପର୍ଯ୍ୟଟକକୁ ଆକର୍ଷିତ କରୁଛି ଜଳପ୍ରପାତ ଭରା ଘୁମେରେଶ୍ୱର ଶୈବପୀଠ ।
ନବରଙ୍ଗପୁର ଜିଲ୍ଲାରେ ଭରି ରହିଛି ଅନେକ ପ୍ରକୃତିର ସୌନ୍ଦର୍ୟ୍ୟ, ପ୍ରାକୃତିକ ପରିବେଶ ସାଙ୍ଗକୁ ଏଠାକାର ଜଳବାୟୁ ବାହାର ଜିଲ୍ଲା ତଥା ଅନ୍ୟ ରାଜ୍ୟ ପର୍ୟ୍ୟଟକ ଙ୍କୁ ବେଶ ଆକୃଷ୍ଟ କରୁଛି ।  ଶୀତ ଦିନ ହେବା ମାତ୍ରେ ବହୁଳ ମାତ୍ରାରେ ପର୍ୟ୍ୟଟକ ନବରଙ୍ଗପୁର ଜିଲ୍ଲା ମୁହାଁ ହୁଅନ୍ତି ।  ତେବେ ଗତ କିଛି ବର୍ଷ ହେଲା ନବରଙ୍ଗପୁର ଜିଲ୍ଲା ସଦର ତେନ୍ତୁଳିଖୁଣ୍ଟି ପଂଚାୟତ ରେ ଥୁବା ଘୁମରେଶ୍ୱର ଶୈବ ପୀଠ ବେଶ ଲୋକ ପ୍ରିୟତା ଲାଭ କରିଛି ।  ନଭେମ୍ବର ମାସରୁ ଆରମ୍ଭ ହୋଇଯାଏ ଘୁମରେଶ୍ବର ଶୈବ ପୀଠ ରେ ପର୍ୟ୍ୟଟକ ଭିଡ଼ ।  ଜଙ୍ଗଲ ଘେରା ମଧ୍ୟରେ ଲୁକାୟିତ ଅବସ୍ଥାରେ ଏକ ଭାଲୁ ଗୁମ୍ଫା ମଧ୍ୟରେ ଅବସ୍ଥାନ କରିଥୁବା ଶିବ ଲିଙ୍ଗ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ । ସେହିପରି ଏଠାକାର ପ୍ରାକୃତିକ ପରିବେଶ ପର୍ୟ୍ୟଟକ ଙ୍କୁ ବେଶ ଆକୃଷ୍ଟ କରିପାରିଛି ।  ଘଞ୍ଚ ଜଙ୍ଗଲ ଓ ଝରଣାର କୁଳୁ କୁଳୁ ଶବ୍ଦ ପର୍ୟ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି ।
ସଦର ତେନ୍ତୁଳିଖୁଣ୍ଟି ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ପାହାଡ଼ ଘେରା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହେବା ପରେ ଏହି ସ୍ଥାନ ଏବେ ବେଶ ପ୍ରସିଦ୍ଧ ଲାଭ କରିଛି ।  କାର୍ତିକ ମାସ ଆରମ୍ଭ ରୁ ଏହି ଘୁମରେଶ୍ବର ଶୈବ ପୀଠ ବେଶ ଚଳ ଚଞ୍ଚଳ ହୋଇଉଠେ ।  କାର୍ତିକ ମାସ ପ୍ରତ୍ୟେକ ସୋମବାର ଏହି ଶୈବ ପୀଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ।  ନବରଙ୍ଗପୁର,କଳାହାଣ୍ଡି,କୋରାପୁଟ, ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ ରାଜ୍ୟରୁ ବହୁଳ ମାତ୍ରାରେ ଶିବ ଭକ୍ତ ତଥା ପର୍ୟ୍ୟଟକ ଏହି ସ୍ଥାନକୁ ଆସି ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରନ୍ତି ।  ପବିତ୍ର କାର୍ତିକ ପୂର୍ଣ୍ଣିମା  ଅବସରରେ ଘୁମରେଶ୍ବର ଶୈବ ପୀଠ ଦର୍ଶନ ପାଇଁ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ଶିବ ଲିଙ୍ଗ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।  ଶିବ କୃପା ଲାଭ କରି ଭକ୍ତ ମାନେ ପ୍ରକୃତିର ସୌନ୍ଦର୍ୟ୍ୟ କୁ ବେଶ ଉପଭୋଗ କରିଥିଲେ । ଶୈବ ପୀଠ କୁ ଲାଗି ରହିଥୁବା ଜଳ ପ୍ରପାତ ଓ ଘଞ୍ଚ ଜଙ୍ଗଲ ସାଙ୍ଗକୁ ପ୍ରାକୃତିକ ପରିବେଶ କୁ ଉପଭୋଗ କରି ଭକ୍ତଗଣ ବିଭୋର ହୋଇ ଉଠିଥିଲେ । ପ୍ରବଳ ଭିଡ଼କୁ ପରିଲକ୍ଷିତ କରି ବ୍ୟାପକ ପୁଲିସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।  ତହସିଲଦାର ପ୍ରଦୀପ କୁମାର କର ଙ୍କ ତତ୍ୱାବଧାନ ରେ ପୁଲିସ ଟିମ ତେନ୍ତୁଳିଖୁଣ୍ଟି ମୁଖ୍ୟ ଛକ ନିକଟରେ ମୁତୟନ ହୋଇ ଶ୍ରଦ୍ଧାଳୁ ଙ୍କୁ ମାସ୍କ ପରିଧାନ ସମ୍ପର୍କରେ ସଚେତନତା କରେଇଥିବା ଦେଖିବାକୁ ମିଳିଥିଲା ।
ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରେ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଘୁମରେଶ୍ବର ଶୈବ ପୀଠ ଦର୍ଶନ କରିବା ସହ ଏଠାରେ ଥିବା ଜଳ ପ୍ରପାତ ବୁଲି ଦେଖି ଖୁସି ପ୍ରକଟ କରିଥିଲେ ।

ଏବଂ ଶୈବ ପୀଠର ବିକାଶ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ।  ବଣ ଜଙ୍ଗଲ ମଧ୍ୟରେ ଥୁବା ଘୁମରେଶ୍ବର ଶୈବ ପୀଠ ଏବଂ ନିକଟରେ ଥୁବା ଜଳ ପ୍ରପାତ ପର୍ୟ୍ୟଟକ ଙ୍କୁ ବେଶ ଆକୃଷ୍ଟ କରୁଥୁବା ବେଳେ ଅନେକ ବିକାଶ ମୂଳକ କାର୍ୟ୍ୟର ଆବଶ୍ୟକତା ରହିଛି ।  ଜଳ ପ୍ରପାତ ସ୍ଥାନକୁ ଅଦ୍ୟାବଧି ପାହାଚ ନିର୍ମାଣ ହୋଇପାରିନି, ଫଳରେ ପର୍ୟ୍ୟଟକ ଯାତାୟତ ସମୟରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।  ବିଗତ ଦିନରେ ନବରଙ୍ଗପୁର ପୂର୍ବତନ ଜିଲ୍ଲାପାଳ ଡ଼ଃ ଅଜିତ ମିଶ୍ର ଘୁମରେଶ୍ୱର ଶୈବ ପୀଠ ପରିଦର୍ଶନ କରି ପର୍ୟ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରତିଶୃତି ଦେଇଥିଲେ ହେଁ ଏଯାବତ କାର୍ୟ୍ୟକାରୀ ହୋଇନି ।  ସେତେବେଳେ ଜିଲ୍ଲାପାଳ ଡ଼ଃ ମିଶ୍ର ଜଳ ପ୍ରପାତ ସ୍ଥାନକୁ ପାହାଚ ନିର୍ମାଣ ଏବଂ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ ହେଁ ଏଯାବତ କାର୍ୟ୍ୟ ଆରମ୍ଭ ହୋଇପାରିନି ।  ବର୍ତମାନ ର ନୂତନ ଜିଲ୍ଲାପାଳ ଘୁମରେଶ୍ବର ଶୈବ ପୀଠ ଦର୍ଶନ କରିବା ପରେ କିଛିଟା ବିକାଶ ହୋଇପାରିବ ବୋଲି ଅଂଚଳବାସୀ ଆଶା ବ୍ୟକ୍ତ କରିଛନ୍ତି । ତେବେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ମିଶ୍ର ଘୁମରେଶ୍ବର ଶୈବ ପୀଠ ପର୍ୟ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ସହ ଜଳ ପ୍ରପାତ ନିକଟକୁ ପାହାଚ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।  ସେହିପରି ପ୍ରବଳ ଜନ ସମାଗମ କୁ ଲକ୍ଷ କରି ପାର୍କିଂ ବ୍ୟବସ୍ଥା ଏବଂ ପର୍ୟ୍ୟଟକ ଙ୍କ ମନରଞ୍ଜନ ପାଇଁ ଏକ ଉଦ୍ୟାନ ବ୍ୟବସ୍ଥା କାରାଯିବ, ସେଥିପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ବିକାଶ କରାଯିବା ନେଇଁ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଛନ୍ତି  ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories