www.samajalive.in
Tuesday, December 9, 2025
17.1 C
Bhubaneswar

୩ୟ ଟି-୨୦ ଆଜି ; ସମ୍ମାନ ପାଇଁ ଖେଳିବ ନ୍ୟୁଜିଲାଣ୍ଡ

କଲକାତା : ଟ୍ବେଣ୍ଟି୨୦ ବିଶ୍ବକପ୍‌ର ବିଫଳତା ପରେ ଘରୋଇ ମାଟିରେ ବିଶ୍ବକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟ୍ବେଣ୍ଟି୨୦ ସିରିଜ୍ ହାତେଇ ନେଇଛି। ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡର ମଧ୍ୟକ୍ରମକୁ ରୋକିବା ଏବଂ ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂକରିବା ଯୋଗୁଁ ଘରୋଇ ଦଳ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ରେ ୨-୦ରେ ଆଗୁଆ ରହି ଏହାକୁ ଜିତିନେଇଛି। ରବିବାର ଇଡେନ ଗାର୍ଡେନ୍‌ସରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦଳର ଆକ୍ରମଣାତ୍ମକ ମନୋଭାବ ବଦଳାଇବେ ନାହିଁ ସତ; ଆଦୌ ଖେଳିନଥିବା ୨/୩ ଜଣ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବେ। ବିଶ୍ବକପ୍‌ ସରିବାର ଗୋଟିଏ ସପ୍ତାହ ମଧ୍ୟରେ ଗୋଟିଏ ଦ୍ବିପାକ୍ଷିକ ସିରିଜ୍ ସରିବା କେବେ ବି ଦେଖା ଯାଇନଥିଲା। ହେଲେ ଆଇସିସି ଆନ୍ତର୍ଜାତିକ ଖେଳସୂଚୀକୁ ଏପରି ବ୍ୟସ୍ତବ୍ୟହୁଳ କରିଛି; ଯାହାକୁ କେହି ବିରୋଧ କରିପାରିବେ ନାହିଁ।
ଉଭୟ ଦଳର କିଛି ପ୍ରମୁଖ ଖେଳାଳି ଏହି ସିରିଜ୍‌ରୁ ଓହରି ଯାଇଛନ୍ତି। ହେଲେ ନ୍ୟୁଜିଲାଣ୍ଡ ଭାରତଠାରୁ ୨ଟି ଅଧିକ ମ୍ୟାଚ୍‌ ଖେଳିବା ସହ ଗତ ରବିବାର ଫାଇନାଲ ଖେଳିଥିବାରୁ ଏହାର ଖେଳାଳି ଅଧିକ କ୍ଳାନ୍ତ ଲାଗୁଛନ୍ତି। ଭାରତ ସହ ଏହି ସିରିଜ୍‌ ଖେଳୁଥିବା ନ୍ୟୁଜିଲାଣ୍ଡ ଦଳର ପ୍ରାୟ ସମସ୍ତ ଖେଳାଳି ବିଶ୍ବକପ୍‌ ଖେଳିଥିଲେ। କେବଳ ଅଧିନାୟକ କେନ୍ ୱିଲିୟମ୍‌ସନ ଓ ଆହତ ଡେଭନ୍ କନ୍‌ୱେ ନାହାନ୍ତି। ତଥାପି ରବିବାର ଅନ୍ତିମ ମ୍ୟାଚ୍‌ ଜିତି କିଛି ସମ୍ମାନ ଫେରି ପାଇବାକୁ ନ୍ୟୁଜିଲାଣ୍ଡ ଦଳ ଚାହିଁବ। ଉଭୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଉପର ଅର୍ଡର ବିଫଳ ହୋଇଥିବା ବେଳେ ତଳ ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ବିଫଳତା ଯୋଗୁଁ ଏହା ୨୦/୩୦ ରନ୍‌ କମ୍ କରିଛି। ଏହା ଫଳାଫଳରେ ନିର୍ଣ୍ଣାୟକ ହୋଇଛି। ରୋହିତ ଶର୍ମାଙ୍କ ଦଳ ସିରିଜ୍ ହାତେଇ ସାରିଥିଲେ ବି ୩ୟ ମ୍ୟାଚ୍‌ରେ ଏହା କୌଣସି ଢିଲାପଣ ଦେଖାଇବ ନାହିଁ। ସିରିଜ୍‌କୁ ୩-୦ରେ ପୋଛିବା ଲକ୍ଷ୍ୟରେ ଏହା ଖେଳିବ। ଏହା ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଦୃଢ଼ ମନୋବଳ ପ୍ରଦାନ କରିବ। ଭାରତ ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆଇପିଏଲ୍‌ର ସର୍ବାଧିକ ସ୍କୋରର୍ ଋତୁରାଜ ଗାଏକ୍‌ୱାଡଙ୍କୁ ​‌େ​‌ଖଳାଇପାରେ। ପୁଣି ଗତ ୨ଟିଯାକ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦେଇ ଭାରତ ଯୁବ ଫାଷ୍ଟବୋଲ ଆଭେସ୍ ଖାଁଙ୍କୁ ସୁଯୋଗ ଦେଇପାରେ। ଈଶାନ୍ କିଷନ୍ ଖେଳିବାର ସୁଯୋଗ ପାଇଲେ ଚକିତ ହେବାର କିଛି ନାହିଁ। ଭାରତୀୟ ଟ୍ବେଣ୍ଟି୨୦ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହେବା ପରେ ରୋହିତ ଶର୍ମା ଉଭୟ ମ୍ୟାଚ୍‌ରେ ଟସ୍ ଜିତିଛନ୍ତି। କାକର ପ୍ରଭାବିତ ଏହି ୨ଟି ମ୍ୟାଚ୍‌ରେ ଟସ୍ ମଧ୍ୟ ନିର୍ଣ୍ଣାୟକ ହୋଇଛି। ଇେଡନ ଗାର୍ଡେନ୍‌ସରେ ମଧ୍ୟ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ କରିବାକୁ ଚାହିଁବେ। ୨ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ଶ୍ରେଷ୍ଠ ଏକାଦଶ ଖେଳାଇବା ସତ୍ତ୍ବେ ବିଫଳ ହୋଇଥିଲା। ତଥାପି ୩ୟ ମ୍ୟାଚ୍‌ରେ ଏହା ସେହି ଏକାଦଶକୁ ଖେଳାଇପାରେ। ଆର୍. ଅଶ୍ବିନ ଉଭୟ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ବେଳେ ପଦାର୍ପଣ ମ୍ୟାଚ୍‌ରେ ହର୍ଷଲ ପଟେଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି। ଭାରତକୁ ଏହା ଉତ୍ସାହିତ କରିଛି। ଇଡେନ୍‌ର ପିଚ୍ ବ୍ୟାଟିଂ ସହାୟକ ହେବ ଏବଂ ନଭେମ୍ବରର କାକର ୨ୟ ଇନିଂସରେ ବ୍ୟାଟିଂ କରୁଥିବା ଦଳକୁ ନିଶ୍ଚୟ ସୁହାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories