www.samajalive.in
Sunday, December 7, 2025
18.1 C
Bhubaneswar

ଓଡିଶାର ସରକାରୀ ଅଧିକାରୀ ତଥା କିନ୍ନର ଐଶ୍ୱରୀୟା ଔପଚାରିକ  ଭାବେ ବିବାହ ପାଇଁ କରୁଛନ୍ତି ପ୍ରସ୍ତୁତି

ଭୁବନେଶ୍ୱର . – ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ସମର୍ଥନରେ ରାୟ ଦେବା ପରେ ଓଡିଶାର ସରକାରୀ ଅଧିକାରୀ କିନ୍ନର ଐଶ୍ୱରୀୟା ଋତୁପର୍ଣ୍ଣା ପ୍ରଧାନ ଔପଚାରିକ ଭାବେ ସମଲିଙ୍ଗୀ ବିବାହ କରିବା ପାଇଁ ଯୋଜନା କରିଛନ୍ତି । ସେ ଓଡିଶା ଅର୍ଥନୈତିକ ସେବାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ।  ୨୦୧୪ରେ ସୁପ୍ରିମ କୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲା । ଏହାପରେ ସେ ନିଜର ପରିଚୟ ପୁରୁଷରୁ କିନ୍ନରକୁ କରିଥିଲେ । ସେ ଗତ ଅଢେଇ ବର୍ଷ ଧରି ରହୁଥିବା ବ୍ୟକ୍ତିଙ୍କ ସହ ବିବାହ କରିବାକୁ ମନସ୍ଥ କରିଥିବା କହିଛନ୍ତି ।  ଆଇନତଃ ଜଣେ ଶିଶୁ ଆପଣେଇବେ ବୋଲି ସୂଚନା ଦେଇଛନ୍ତି ।

ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଐଶ୍ୱରୀୟା ଋତୁପର୍ଣ୍ଣା ନିଜର ପାଠ ପଢା ଜାରି ରଖିଥିଲେ ଏବଂ ଜଣେ ସଫଳ ସରକାରୀ ଅଧିକାରୀ ହୋଇ ପାରିଛନ୍ତି ବୋଲି କହିଛନ୍ତି ।

- Advertisement -

୨୦୧୦ରେ ସେ ଓଡିଶା ପ୍ରଶାସନିକ ସେବାର ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଅର୍ଥନୈତିକ ସେବାରେ ଯୋଗ ଦେଇଥିଲେ । ୨୦୧୬ରେ ସେ ନିଜ ଜୀବନ ସାଥିଙ୍କୁ ପାଇଥିବା କଥା କହିଛନ୍ତି । ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସେ ଔପଚାରିକ ଭାବେ ବିବାହବନ୍ଧନରେ ଆବଦ୍ଧ ହେବେ ବୋଲି କହିଛନ୍ତି । ଆସନ୍ତା ବର୍ଷ ସେ ବିବାହ କରିବେ ବୋଲି ବିଭିନ୍ନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories