www.samajalive.in
Friday, December 12, 2025
14.1 C
Bhubaneswar

ପଧାନପାଲି ପ୍ରକାଶ ପଧାନ ହତ୍ୟାକାଣ୍ଡର ୩ ଅଭିଯୁକ୍ତ ଗିରଫ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମରେ ସେପ୍ଟେମ୍ବର ୧୬ ତାରିଖ ଗୁରୁବାର ରାତିରେ ପ୍ରକାଶ ପଧାନ ନାମକ ଜନୈକ ଯୁବକଙ୍କ ନୃଶଂସ ଭାବରେ ହତ୍ୟା କରାଯାଇଥିବା ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣଙ୍କୁ ପୁଲିସ ବିଭିନ୍ନ ପର୍ଯ୍ୟାୟରେ ଗିରଫ କରି କୋର୍ଟ ଚାଲାଣ କରି ସାରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୩ ମୁଖ୍ୟ ଅଭିଯୁକ୍ତ ପୁଲିସକୁ ଧରା ଧରାଛୁଆଁ ଦେଉ ନଥିଲେ। ତେବେ ଦୀର୍ଘ ଦୁଇମାସ ଧରି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସର୍ଭିଲାନ୍ସ ଟିମ୍‍ ବ୍ୟାପକ ତନାଘନା କରି ଶେଷରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ଗତକାଲି ପ୍ରକାଶ ପଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଭୋଜରାଜ ପଧାନ, ଗଜରାଜ ପଧାନ ଏବଂ ଋକ୍ମଣ ପଧାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରେସ୍‍ ବିଜ୍ଞପ୍ତିରେ ଜଣାଇଛନ୍ତି। ହତ୍ୟାକାରୀମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ ଜବତ କରାଯାଇଛି। ସୂଚିତ ଯେ ପ୍ରକାଶ ପଧାନଙ୍କୁ ୧୬ ତାରିଖ ରାତିରେ ଭୋଜରାଜ ପଧାନ, ଗଜରାଜ ପଧାନ, ଋକ୍ମଣ ପଧାନ, ଅଶୋକ ପଧାନ, ଦୁଷ୍ମନ୍ତ ପଧାନ ଓ ଭୀଷ୍ମଦେବ ପଧାନ ପ୍ରମୂଖ ହତ୍ୟା କରିଥିଲେ ବୋଲି ମୃତ ପ୍ରକାଶ ପ୍ରଧାନର ଭାଇ ପ୍ରଶାନ୍ତ ପଧାନ କତରବଗା ଥାନାରେ ଏତଲା ଦେଇଥିଲେ। କତରବଗା ଥାନାରେ କେସ୍‍ ନଂ ୧୬୫ ଦଫା୧୪୭/୧୪୮/୩୦୭/୩୦୨/୧୪୯ ଆଇପିସି ରେ ମାମଲା ଋଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories