ଜୀବନବିଦ୍ୟା

0

ଅଭାବଅନଟନ ଭିତରେ ଜନ୍ମ ହୋଇ ବାଲ୍ୟକାଳ ଓ କୈଶୋର ଅତି ଦୁଃସ୍ଥିତିରେ କଟାଇଥିବା ବହୁବ୍ୟକ୍ତି ପରବର୍ତ୍ତୀ ସମୟରେ ତ୍ୟାଗ, ସାଧନା, ନିଷ୍ଠା ବଳରେ ନିଜକୁ ସୁପ୍ରତିଷ୍ଠିତ କରାଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଆହୁରି ମଧ୍ୟ ସଂଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରି ଅନେକେ ଉପଯୁକ୍ତ ସଂସ୍କାର ଅଭାବରୁ ଭ୍ରଷ୍ଟ ହୋଇଯାଇଥିବାର ନଜିର ମଧ୍ୟ ରହିଛି। ଏମିତି ବି କିଛି ଥାଆନ୍ତି ଯେଉଁମାନଙ୍କୁ ତଥାକଥିତ ସଂଭ୍ରାନ୍ତର ମୋହମାୟା ବାନ୍ଧିରଖିପାରି ନଥାଏ।
ଚତୁର୍ଥ ଶତାବ୍ଦୀର ଏହି ଘଟଣା। କାଶ୍ମୀରର ଏକ ସଂଭ୍ରାନ୍ତ ପରିବାରରେ ଶିଶୁଟିଏ ଭୂମିଷ୍ଠ ହୋଇଥିଲା। ପିତା ଥିଲେ ଦେୱାନ, ସୁଖସୁବିଧାର ସକଳ ସାଧନ ଥିଲା ନିକଟରେ। ପିତାମାତା ବାଳକର ନାମ ରଖିଥିଲେ କୁମାର ଜୀବ। ହେଲେ ଶିଶୁଟି ଭୂମିଷ୍ଠ ହେବାର ଅଳ୍ପ କିଛି ବର୍ଷ ପରେ ପିତାଙ୍କ ଦେହାନ୍ତ ହୋଇଗଲା। ପିଲାଟିକୁ ଶିକ୍ଷାଦୀକ୍ଷା ଦେଇ ଉପଯୁକ୍ତ ସଂସ୍କାରସଂପନ୍ନ କରାଇବା ନିମନ୍ତେ ମା’ ସେ ସମୟରେ ବିତସ୍ତା ନଦୀ ତଟରେ ଥିବା ଆଚାର୍ଯ୍ୟ ବନ୍ଧୁଦତ୍ତଙ୍କ ଗୁରୁକୁଳରେ ଛାଡ଼ି ଦେଇଥିଲେ।
ଏହି ଗୁରୁକୁଳକୁ ସେ ସମୟରେ ସମଗ୍ର ଆର୍ଯ୍ୟବର୍ତ୍ତରେ ମାନବ ନିର୍ମାଣ ପ୍ରୟୋଗଶାଳା କୁହାଯାଉଥିଲା। ଜୀବନବିଦ୍ୟା ଆହରଣ ନିମନ୍ତେ ଏହି ଗୁରୁକୁଳରେ ଶିକ୍ଷାଲାଭ କରୁଥିବା ପିଲାଟିର ଅଲୌକିକ ପ୍ରତିଭା ସମ୍ପର୍କରେ ବନ୍ଧୁଦତ୍ତ ଜାଣିପାରିଥିଲେ ଓ ତାଙ୍କୁ ଗଢ଼ିବାରେ ପୂର୍ଣ୍ଣପ୍ରାଣରେ ଲାଗିଯାଇଥିଲେ। ପରିଣାମରେ କୁମାରଜୀବ ଆଚାର୍ଯ୍ୟଙ୍କର ଏକ ଅଲୌକିକ ପ୍ରତିଭାସଂପନ୍ନ ଶିଷ୍ୟ ଭାବେ ଉଭା ହୋଇଥି​‌େ​‌ଲ।
ଆପଣାର ପଦ ଯାତ୍ରାରେ ସେ ସାରା ଆର୍ଯ୍ୟବର୍ତ୍ତ ଭ୍ରମଣ କରିଥିଲେ। ସେହିସବୁ ସ୍ଥାନର ସମସ୍ୟା ସମ୍ପର୍କରେ ଅବଗତ ହେ​‌େ​‌ଲ। ପଦବ୍ରଜରେ ଭ୍ରମଣ କରୁଥିବା ସମୟରେ ଗୁରୁକୁଳର ଜଣେ ସହପାଠୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବିବାହ କରି ସାଂସାରିକ ଧର୍ମରେ ଆବଦ୍ଧ ହେବା ନିମନ୍ତେ ସେ କୁମାର ଜୀବଙ୍କୁ ବହୁତ ପ୍ରବର୍ତ୍ତାଇଥିଲେ। ତାଙ୍କସହ ଯୁକ୍ତି ମଧ୍ୟ କରିଥିଲେ। ହେଲେ କୁମାରଜୀବଙ୍କ ଶରୀର ଭିନ୍ନ ଉପାଦାନରେ ତିଆରି ହୋଇଥିଲା। ସଂାସାରିକ ବିଷୟବାସନା ଭିତରେ ଆବଦ୍ଧ ନରହିବାକୁ ସେ ନିଷ୍ପତ୍ତି ନେଇଥିଲେ। ଗୁରୁଙ୍କ ନିର୍ଦେଶିତ ପଥକୁ ସେ ଅକ୍ଷରେଅକ୍ଷରେ ମାନି ଚଳୁଥିଲେ।
କୁମାରଜୀବ ଭାରତସୀମା ଅତିକ୍ରମ କରି ଚୀନରେ ପହଞ୍ଚିଲେ। ସେଠାରେ ଭାରତୀୟ ସଂସ୍କୃତିପ୍ରଧାନ ସାହିତ୍ୟକୁ ଚୀନ ଭାଷାରେ ଅନୂଦିତ କରିଥିଲେ। ମୌଳିକ ଭଗବାନ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁସବୁ ଗ୍ରନ୍ଥ ରଚନା କରିଥିଲେ ତାହା ମୌଳିକ ଥିଲା। ସେଠା ଶାସକଙ୍କ ଦ୍ବାରା ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେ ଗ୍ରହଣ କରିନଥିଲେ। ତଥାଗତଙ୍କ ଭଳି ସରଳ, ନିରାଡ଼ମ୍ବର ଜୀବନଯାପନରେ ବିଶ୍ବାସ କରୁଥିଲେ ସେ। ଜୀବନର ଶେଷକ୍ଷଣ ପର୍ଯ୍ୟନ୍ତ କ୍ରିୟାଶୀଳ ଥିଲେ। ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ଅତି ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେଇଯାଇଥିଲେ ତାହା ଥିଲା- ‘ଜୀବନବିଦ୍ୟା’ ଆହରଣ କରିଥିବା ଯେ କୌଣସି ବ୍ୟକ୍ତି ଅଧ୍ୟାତ୍ମ ବିଦ୍ୟା ପ୍ରସାର ଦିଗରେ ସକ୍ଷମ ହେବେ ନିଶ୍ଚୟ।

Leave A Reply