www.samajalive.in
Sunday, December 14, 2025
19.1 C
Bhubaneswar

ନାବାଳିକା ଅପହରଣ ମାମଲାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ, ଜଙ୍ଗଲରୁ ନାବାଳିକା ଉଦ୍ଧାର

ରେଙ୍ଗାଲି: ଦୀପାବଳିର ପୂର୍ବ ରାତିରେ ରେଙ୍ଗାଲି ଅଞ୍ଚଳର ଜନୈକ ନାବାଳିକାକୁ ଅପହରଣ କରିନେଇ ଉକ୍ତ ନାବାଳିକାକୁ ମୁକ୍ତ କରିବାକୁ ୪ଲକ୍ଷ ଟଙ୍କା ଦାବୀ କରୁଥିବା ୩ଜଣ ଅଭିଯୁକ୍ତଙ୍କୁ ରେଙ୍ଗାଲି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଅଭିଯୁକ୍ତମାନେ ହେଲେ ନିଶାନଭଙ୍ଗା ଗ୍ରାମର ଭରତ ନାଏକ ଓରଫ ଅମନ ନାଏକ(୨୦), ସାରଙ୍ଗ ନାଏକ (୪୫) ଓ ବରଗଡ ଜିଲ୍ଳା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକେମ୍ପର ରାଜେନ୍ଦ୍ର ଧୁରୁଆ(୨୯)।କୁଚିଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଜଙ୍ଗଲରୁ ଅପହରଣକାରୀଙ୍କ କବ୍‍ଜାରେ ଥିବା ନାବାଳିକାକୁ ପୁଲିସ ଉଦ୍ଧାର କରିଛି।

ନାବାଳିକାର ବାପା ତାଙ୍କ ଝିଅ ଅପହୃତ ହୋଇଥିବା ନେଇ ରେଙ୍ଗାଲି ଥାନାରେ ଏତଲା ଦେଲାପରେ ଆଇଆଇସି ଧବଳେଶ୍ୱର ସାହୁ ଏସଂକ୍ରାନ୍ତରେ କେସ୍‍ ନଂ -୧୮୮/୨୧ ଦଫା ୩୬୩/୩୪ରେ ମାମଲା ରୁଜ୍ଜୁ କରି ତନାଘନା କରି ତଦନ୍ତ ଜାରି ରଖିଥିଲେ। ଝିଅ ଅପହୃତ ହେବା ପରେ ପରିବାର ଲୋକେ ବିଷମ ଚିନ୍ତା ତଥା ଆତଙ୍କିତ ହୋଇ ଉଦ୍‍ବିଗ୍ନରେ ଥିଲେ। ପୁଲିସ ଅପହୃତ ନାବାଳିକାକୁ ଅପହରଣକାରୀମାନଙ୍କ କବଳରୁ ଉଦ୍ଧାର କରିବାକୁ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଗତ ୧୫ ତାରିଖ ଦିନ ଅପହୃତ ନାବାଳିକାର ଭାଇ ଙ୍କ ପାଖକୁ ଏକ ଅଜଣା ନମ୍ବର ରୁ ଟେଳିଫୋନ୍‍ କଲ୍‍ ଆସଥିଲା। ଟେଳିଫୋନ୍‍ କରିଥିବା ବ୍ୟକ୍ତି ଜଣକ ନାବାଳିକାକୁ ଛାଡିଦେବା ପାଇଁ ୪ଲକ୍ଷ ଟଙ୍କା ଦେବାକୁ ଦାବୀ କରିଥିଲେ। ୪ ଲକ୍ଷ ଟଙ୍କା ନେଦେଲେ ତୁମର ଭଉଣୀକୁ ଜୀବନରେ ମାରି ଦିଆଯିବ ବୋଲି ଟେଳିଫୋନ୍‍ କରିଥିବା ବ୍ୟକ୍ତି ଧମକ ଦେଇଥିଲା।

- Advertisement -

ଏହି ସୂଚନା ପାଇ ନାବାଳିକାକୁ ଉଦ୍ଧାର କରିବା ପାଇଂ ଏସ୍‍.ପି ଙ୍କ ଦ୍ୱାରା ଗଠନ କରାଯାଇଥିବା ଦୁଇଟି ପୁଳିସ ଟିମ୍‍ ଟେଲିଫୋନ୍‍ ଟ୍ରାକିଂ କରି ଗୁଇନ୍ଦା ତଥା ବୈଷୟିକ ବିଷେଷଜ୍ଞଙ୍କ ଠାରୁ ପ୍ରାପ୍ତ ତଥ୍ୟ କୁ ଭିତ୍ତି କରି ଗୋଡଭଗା ଏଟିଏମ୍‍ କାଉଣ୍ଟର ପାଖରେ ଅପହରଣକାରୀକୁ ଧରିଥଲେ। ଅପହରଣକାରୀ ଦେଇଥିବା ବୟାନ ଆଧାରରେ କୁଚିଣ୍ଡା ଥାନା ଅନ୍ତର୍ଗତ ପୁରୂଣାପାଣି ଗ୍ରାମ ପାଖରେ ଥିବା ଏକ ଜଙ୍ଗଲରୁ ନାବାଳିକାକୁ ଉଦ୍ଧାର କରି ମୁଖ୍ୟ ଅପହରଣକାରୀ ଏବଂ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇ ଅସାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories