www.samajalive.in
Sunday, December 14, 2025
16.1 C
Bhubaneswar

ସ୍ୱଚ୍ଛତାର ଅଭାବ ଯୋଗୁଁ ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ଅନେକ ଅନିୟମିତତା ହୋଇଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅଡିଟ ଦିବସ ଅବସରରେ କହିଛନ୍ତି ଯେ ରୁଗଣ ହୋଇ ପଡିଥିବା ସଂସ୍ଥାଗୁଡିକୁ
ଆର୍ଥିକ ସହାୟତା ଫଳରେ ଦେଶର ଅର୍ଥନୀତିରେ ପରିବର୍ତ୍ତନ ଆସିଛି। ଶ୍ରୀ ମୋଦୀ କହିଛନ୍ତି, ନିୟନ୍ତ୍ରକ ଏବଂ ମହାଲେଖାକାର ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସେହି ଅନୁଷ୍ଠାନର କାର୍ଯ୍ୟଦକ୍ଷତାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆଦାୟ ହୋଇପାରିନଥିବା ଋଣ ପରିମାଣ ବୃଦ୍ଧି ପାଇବା ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଚ୍ଛତାର ଅଭାବ ଯୋଗୁଁ ପୂର୍ବରୁ ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ଅନେକ ଅନିୟମିତତା ହୋଇଛି।

ସେ କହିଛନ୍ତି ଯେ ବହୁତ କମ୍‍ ସଂଖ୍ୟକ ଅନୁଷ୍ଠାନ ସମୟ ସହ ତାଳ ଦେଇ ଗତି କରିବା ସହ ନିଜକୁ ଯୁଗୋପଯୋଗୀ ପ୍ରମାଣିତ କରିପାରିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ଅନେକ ଅନୁଷ୍ଠାନ ପ୍ରାସଙ୍ଗିକତା ହରାଇଥିବା ବେଳେ ନିୟନ୍ତ୍ରକ ଏବଂ ମହାଲେଖାକାର ସଫଳତା ହାସଲ କରିଛନ୍ତି। ନିୟନ୍ତ୍ରକ ଏବଂ ମହାଲେଖାକାର ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଆଜି ଦିନଟିକୁ ପ୍ରଥମ ଅଡିଟ୍‍ ଦିବସ ଭାବେ ପାଳନ କରାଯାଉଛି। ସେ କହିଛନ୍ତି, ୧୮୬୦ ମସିହା ନଭେମ୍ବର ୧୬ ତାରିଖରେ ପ୍ରଥମ ଅଡିଟର ଜେନେରାଲ୍‍ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରକ ଏବଂ ମହାଲେଖାକାର କାର୍ଯ୍ୟାଳୟଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories