www.samajalive.in
Monday, December 15, 2025
27.1 C
Bhubaneswar

ଜିଲାସ୍ତରୀୟ ସହୀଦ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ନବରଙ୍ଗପୁର : ଅବିଭକ୍ତ କୋରାପୁଟ ଜିଲା ମୂଳ ନିବାସୀ ବିକାଶ ପରିଷଦ ଅନୁକୂଲ୍ୟରେ ପାପଡାହାଣ୍ଡିବ୍ଳକ ଅନ୍ତର୍ଗତ ପାତ୍ରିପଞ୍ଚାୟତର କୁମ୍ଭାରମୁଣ୍ଡାଗୁଡା ଖେଳପଡିଆଠାରେ ଜିଲାସ୍ତରୀୟ ୧୪୫ତମ ସହୀଦ ବିର୍ସାମୁଣ୍ଡା ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ଯୋଗଦେଇ ସହୀଦ ବିର୍ସା ମୁଣ୍ଡାଙ୍କର ବହୁମୁଖୀ ପ୍ରତିଭା ଓ ଆଦିବାସୀ ସମାଜ ପ୍ରତି ତାଙ୍କର ଅବଦାନ ଓ ତ୍ୟାଗ ସଂପର୍କରେ କହିଥିଲେ । ନିଜ ଅଧିକାର କାହାକୁ ମାଗିଲେ ମିଳେ ନାହିଁ। ନିଜେ ବୁଦ୍ଧି ଖଟାଇ ହାସଲ କରିବାକୁ ପଡେ ବୋଲି କହିବା ସହିତ ସମସ୍ତେ ସଙ୍ଗଠିତ ହେବାକୁ ଆହ୍ୱାନ କରିଥିଲେ। ଏଥିରେ ଜିଲା ସଭାପତି ଡମୁ ସିଂ ମାଝୀ ଅଧ୍ୟକ୍ଷତା କରିଥିବାବେଳେ ଉପସଭାପତି ଭଦର ଗୈାଡ, ସାଧାରଣ ସମ୍ପାଦକ ତ୍ରିନାଥ ମାଝୀ, ଜିଲା ଉପଦେଷ୍ଠା ଜଗନ୍ନାଥ ଭକ୍ତ, କୋଷାଗୁମୁଡାବ୍ଲକ ସଭାପତି ମୂରଲୀଧର ବିଷୋୟୀ ପ୍ରମୂଖ ଯୋଗଦେଇଥିଲେ। ଏହି ଅବସରରେ ଜିଲାପାଳଙ୍କର ଉଦ୍ଦେଶ୍ୟରେ ପାପଡାହାଣ୍ଡି ବିଡିଓଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ବ୍ଲକର ସବୁ ଗ୍ରାମ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କରିବା, ଏହିବ୍ଲକର ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ଉନ୍ନତି କରଣର କରିବା, ଗରୀବ ଲୋକ ଙ୍କୁଚିହ୍ନଟ କରି ସରକାରୀ ଯୋଜନା ପହଞ୍ଚାଇବା ସହ ବାର୍ଦ୍ଧକ୍ୟଙ୍କୁ ଭତ୍ତା ପ୍ରଦାନ କରିବା ଇଦ୍ୟାଦି ଦାବି କରାଯାଇଛି । ଏଥିରେ ବହୁ ଜନସମାଗମ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories