www.samajalive.in
Saturday, December 13, 2025
18.1 C
Bhubaneswar

ପୂର୍ବାଞ୍ଚଳ ତ୍ୱରିତ ରାଜପଥରେ ଓହ୍ଲାଇଲା ମିରେଜ ୨୦୦୦ ଓ ସୁଖୋଇ ୩୦

ଆମେଥି: ପୂର୍ବାଞ୍ଚଳ ତ୍ୱରିତ ରାଜପଥ (ଏକ୍ସପ୍ରେସ ୱେ)କୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପୂର୍ବରୁ ରବିବାର ଦିନ ଭାରତୀୟ ବାୟୁସେନାର ତିନିଟି ବିମାନ ଏହି ରାଜପଥ ଉପରେ ପରୀକ୍ଷାମୂଳକ ଭାବରେ ଅବତରଣ କରିଛି । ଏହି ବିମାନଗୁଡିକ ମଧ୍ୟରେ ଗୋଟିଏ ମିରେଜ ୨୦୦୦, ଏକ ଏଏନ ୩୨ ଟର୍ବୋପ୍ରପ ଏବଂ ଗୋଟିଏ ସୁଖୋଇ ୩୦ ବିମାନ ରହିଛି । ଛଅଲେନ ବିଶିଷ୍ଟ ଏହି ତ୍ୱରିତ ରାଜପଥ ଉତ୍ତର ପ୍ରଦେଶର ପୂର୍ବଭାଗ ସହିତ ଲଖନଉକୁ ସଂଯୋଗ କରୁଛି । ଏହା ଉତ୍ତର ପ୍ରଦେଶର ବାରାବାଙ୍କି, ଆମେଥି, ସୁଲତାନପୁର, ଅଯୋଧ୍ୟା, ଆମ୍ବେଦକର ନଗର, ଆଜମଗଡ, ମଉ ଏବଂ ଘାଜିପୁର ଜିଲା ଦେଇ ଯାଇଛି । ଏହି ରାଜପଥ ଯାନବାହନଗୁଡିକ ପାଇଁ ସମୟ, ଇନ୍ଧନ ସଞ୍ଚୟ କରିବା ସହିତ ପ୍ରଦୂଷଣ ସ୍ତର ହ୍ରାସ କରିବାରେ ସହାୟକ ହେବ । ତାହାସହିତ ଏହାଯୋଗୁଁ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଜୁଲାଇରେ ଏହି ତ୍ୱରିତ ରାଜପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ୨୨,୪୯୪.୬୬ କୋଟି ଟଙ୍କା ବ୍ୟୟ କରାଯାଇଛି । ସେଥିରେ ଅଧିଗ୍ରହଣ କରାଯାଇଥିବା ଜମିର ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ । ଏହାକୁ ଭାରତୀୟ ବାୟୁସେନାର ବିମାନଗୁଡିକ ଜରୁରୀ ଅବତରଣ ନିମନ୍ତେ ବ୍ୟବହାର କରାଯିବ । ତାହାସହିତ ଲଢୁଆ ବିମାନଗୁଡିକ ଆବଶ୍ୟକସ୍ଥଳେ ଏହାକୁ ଏୟାରଷ୍ଟ୍ରିପ ଭାବରେ ବ୍ୟବହାର କରିପାରିବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories