ପୁରୀ : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। ଏହି ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଆଜି ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି। କରୋନା କଟକଣା ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଠାକୁରଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି।
ସେହିପରି ବିଭିନ୍ନ ଶୈବାଳୟରେ ୧୪୪ ଧାରା କରାଯାଇଛି। କେବଳ ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଛଛି। ଅଗଣାରେ ଚଉଁରା ମୂଳରେ ସଭିଏଁ ସୁନ୍ଦର ସୁନ୍ଦର ମୁରୁଜ ଆଙ୍କି ଥିବା ଦେଖାଯାଉଛି। କରୋନା ପାଇଁ ଅଧିକାଂଶ ଧର୍ମାନୁଷ୍ଠାନରେ କଟକଣା ସହ ସଂକ୍ରମଣ ବ୍ୟାପିବାର ଭୟକୁ ଦୃଷ୍ଟିରେ ରଖି କୋଭିଡ ନିୟମାବଳୀ ଲାଗୁ କରାଯାଇଥିବାରୁ ଭକ୍ତମାନେ କେବଳ ଘରେ ରଖି ପଞ୍ଚୁକ ପାଳନ କରୁଛନ୍ତି।
ଆଜି ଠାରୁ ପବିତ୍ର ପଞ୍ଚୁକ ଆରମ୍ଭ ; ଦାରୁବ୍ରହ୍ମଙ୍କ ଲକ୍ଷ୍ମୀ ନାରାୟଣ ବେଶ
Popular Categories



