www.samajalive.in
Saturday, December 6, 2025
26.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିରରେ ବଡଏକାଦଶୀ ପାଳିତ 

ସୁଆଣ୍ଡୋ : ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ତିଳତଣ୍ଡୁଳିତ ବକୁଳବନ ସନ୍ନିକଟ ସାକ୍ଷୀଗୋପାଳ ମନ୍ଦିରରେ ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ବଡ ଏକାଦଶୀ ପର୍ବ ସୋମବାର ପାଳିତ ହୋଇଯାଇଛି। ସକାଳ ଦ୍ୱାରଫିଟା ମଙ୍ଗଳ ଆଳତି ମଇଲମ ଅବକାଶ ତଡପଲାଗି କରାଯାଇ ମହାପ୍ରଭୁଙ୍କ ବେଶ କରାଯାଇ ବାଳଧୂପ ହୋଇଥିଲା । ମା ରାଧାରାଣୀ ପାଟ ପିତାମ୍ବରୀ ପରିଧାନ କରିଥିବା ଓ ସାକ୍ଷୀ ଗୋପୀନାଥ ପାଟ ବସ୍ତ୍ର ପିନ୍ଧି ମଥାରେ ସୁବର୍ଣ୍ଣ କିରିଟି ହାତରେ ସୁବର୍ଣ୍ଣ ବଂଶୀ ଧରି ତୁଳସୀ ମାଳା ସହିତ ନାନାଦି ପୁଷ୍ପ ଲାଗି ହୋଇଛନ୍ତି । ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟେ ୨ ଶହ ମିଟର ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଭକ୍ତମାନେ ଅରୁଣ ଖୁମ୍ବ ନିକଟରେ ମୁଣ୍ଡିଆମାରି ଫେରୁଛନ୍ତି। ମାନସିକ ଧାରୀ ମାନେ ବରଗଛ ତଳେ ବସି ଚୁଡାଘଷା ପ୍ରସ୍ତୁତ କରି ପଣ୍ଡା ପୁଜକଙ୍କ ଦ୍ବାରା କରାଉଛନ୍ତି। କଟକଣା ଅଁଳା ନବମୀ ପରି ମନ୍ଦିର ଆଗରେ ବାରିକେଟ କରାଯାଇଛି । ମନ୍ଦିରରେ ପ୍ରବେଶ କରିନପାରି ଶ୍ରଦ୍ଧାଳୁମାନେ ମନଦୁଃଖରେ ଫେରୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ତହସିଲଦାର ଜୟନ୍ତ କୁମାର ଜୟସିଂହ, ସତ୍ୟବାଦୀ ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories