www.samajalive.in
Saturday, December 6, 2025
26.1 C
Bhubaneswar

ଜେଏନୟୁରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଆହତ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ କିଛି ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଏକାଧିକ ଛାତ୍ର ଆହତ ହୋଇôଥବା ଜଣାଯାଇଛି । ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (ଏଆଇଏସଏ), ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରଙ୍କ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ସଂଘର୍ଷ ଘଟିଥିବା ଜଣାଯାଇଛି । ଏହି ଘଟଣାରେ ପରସ୍ପର ଅପର ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ବାମପନ୍ଥୀ ସମର୍ଥିତ ଛାତ୍ର ସଂଗଠନ ଏବଂ ଏବିଭିପି ସଦସ୍ୟ ଥିବା ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଆହତଙ୍କୁ ଚିକିତ୍ସା ନିମନ୍ତେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏବଂ ସଫଦରଜଙ୍ଗ ହାସପାତାଳରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବିଭିପି ସଦସ୍ୟମାନେ କହିଛନ୍ତି ଯେ ସେମାନେ ଷ୍ଟୁଡେଣ୍ଟସ ଆକ୍ଟିଭିଟି ପ୍ରକୋଷ୍ଠରେ ବସି ଆଲୋଚନା କରୁଥିବା ସମୟରେ ବାମପନ୍ଥୀ ଦଳର ସମର୍ଥିତ ଛାତ୍ର ସଂଗଠନର ସଦସ୍ୟମାନେ ବୈଠକରେ ବାଧା ସୃଷ୍ଟି କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ଏଆଇଏସଏ ଏବଂ ଏସଏଫଆଇ ସମର୍ଥିତ ଛାତ୍ରମାନେ ଏବିଭିପି ସଦସ୍ୟ ଥିବା ଛାତ୍ର, ଏପରିକି ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ଅନ୍ୟପକ୍ଷରେ ଏସଏଫଆଇର ସଦ୍ୟ ଥିବା ଜେଏନୟୁ ଛାତ୍ର ସଂଘର ସଭାପତି ଆଇଶି ଘୋଷ କହିଛନ୍ତି, ପ୍ରଥମେ ଏବିଭିପିର ସଦସ୍ୟମାନେ ବାମପନ୍ଥୀ ସମର୍ଥିତ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ । ଏହାକୁ ନେଇ ଜେଏନୟୁ କର୍ତ୍ତୃପକ୍ଷ ନିରବ ରହିବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories