www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ବର ପରେ ପୁରୀ : ବୁଲୁଛି ଖଣ୍ଡା, ଫୁଟୁଛି ଗୁଳି

ପୁରୀ : ରାଜଧାନୀ ଭୁବନେଶ୍ବର ପରେ ପୁରୀରେ କେତେକ ଯୁବକ ଚଳାଇଛନ୍ତି ଆତଙ୍କରାଜ। ସର୍ବସାଧାରଣରେ ଖଣ୍ଡା ବୁଲାଇବା ସହ ବନ୍ଧୁକଧରି ବୁଲୁଥିବା ଦେଖିବାକୁ ମିଳିଛି। ଏଭଳି କିଛି ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ତାହାକୁ ଭିତ୍ତିକରି ସଦର ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଧରିଆଣି ପଚରାଉଚୁରା ଚଳାଇଛି। ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ବେଲଦଳ ଗ୍ରାମର ସତ୍ୟଜିତ ପ୍ରଧାନ, ଚନ୍ଦନପୁର ଥାନା ତଳଜଙ୍ଗ ଗ୍ରାମର ବାପି ପ୍ରଧାନ, ପେଣ୍ଠକଟାର ଦେବ ପ୍ରଧାନଙ୍କୁ ଚିହ୍ନଟ କରାଯାଇଥିବା ସଦର ଏସ୍‌ଡିପିଓ କେ.ସି ମୁଣ୍ଡ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧ ରେକର୍ଡ ନଥିବା ଜଣାପଡିଛି। ବେଲଦଳ ଗ୍ରାମର ସତ୍ୟଜିତ ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଡିଥିବା ତଦନ୍ତରୁ ସୂଚନା ମିଳିଛି। ଉଭୟ ବାପି ଓ ସତ୍ୟଜିତଙ୍କୁ ଏସ୍‌ଡିପିଓ ଶ୍ରୀ ମୁଣ୍ଡ ଜେରା କରିଛନ୍ତି। ସେମାନଙ୍କ ବିରୋଧରେ ଯଦି କୌଣସି ପ୍ରମାଣ ମିଳେ ମାମଲା ରୁଜୁ କରାଯାଇ ଗିରଫ କରାଯିବ ବୋଲି ସେ କହିଛନ୍ତି। ସେହିପରି ଆଉ କେତେକ ଯୁବକ ପୁରୀ ଭିଆଇପି ରୋଡ୍‌ ଏବଂ ବଳିଆପଣ୍ଡା ଅଞ୍ଚଳର ମାରଣାସ୍ତ୍ରଧରି ଆତଙ୍କରାଜ ଚଳାଇଥିବା ସମ୍ପର୍କରେ ତଦନ୍ତ କରାଯାଉଛି। କିଛିଦିନ ତଳେ ଦାଦାବଟି ପାଇଁ ଗୋଖାସାହିର ଜଣେ ବ୍ୟକ୍ତିଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳି କରିଥିଲେ। ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଳି ଫୁଟାଇବା ଅଭିଯୋଗରେ ପୁରୀ ବାଲିସାହିର ୨ଜଣ ଅଣଓଡ଼ିଆ ଯୁବକଙ୍କ ସମେତ ୪ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଥିଲା। ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ଗଣମାଧ୍ୟମକୁ କହିଛନ୍ତି। ସଦର ଏସ୍‌ଡିପିଓ ଶ୍ରୀ ମୁଣ୍ଡ ଏବଂ ସହରାଞ୍ଚଳ ଉପଆରକ୍ଷୀ ଅଧୀକ୍ଷକ ଜନାର୍ଦନ ପାଢୀଙ୍କ ନେତୃତ୍ବରେ ଏଥିପାଇଁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ସାଧାରଣରେ ମାରଣାସ୍ତ୍ର ବ୍ୟବହାର କରିବା ସହ ଲୋକଙ୍କୁ ଆତଙ୍କିତ କରୁଥିବା ଏବଂ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବାପାଇଁ ଅନୁରୋଧ କରାଯାଇଛି। ଖୁବ୍‌ଶୀଘ୍ର କିଛି ଯୁବକଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories