ଦକ୍ଷିଣ ସୁଦାନରେ ବିମାନ ଦୁର୍ଘଟଣା, ୨୧ ମୃତ

0

ଯୁବା: ଦକ୍ଷିଣ ସୁଦାନର ଇରୋଲ ସହରରେ ରବିବାର ଏକ କ୍ଷୁଦ୍ର ବାଣିଜ୍ୟିକ ବିମାନ ଦୁର୍ଘଟଣା ହୋଇ ୨୧ଜଣଙ୍କର ମୃତ୍ୟୁ ହୋଇଛି। ୧୯ ଆସନ ବିଶିଷ୍ଟ ବିମାନରେ ଅଧିକ ଯାତ୍ରୀ ଥିଲେ। ବିମାନଟି ରାଜଧାନୀ ଯୁବାରୁ ଇରୋଲ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ବିମାନଟି ଏକ ଦ୍ରଦରେ ପଡିଯାଇଥିଲା। ଦେଶର ସୂଚନା ପ୍ରସାରଣ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଗୋଟିଏ ୬ବର୍ଷର ଶିଶୁ, ଜଣେ ଡାକ୍ତର ଓ ଜଣେ ବୟସ୍କ ବ୍ୟକ୍ତି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ତେବେ ଏହି ତିନିଜଣ ଗୁରୁତର ଆହତ ହୋଇଛନ୍ତି।

Leave A Reply