www.samajalive.in
Sunday, December 7, 2025
26.1 C
Bhubaneswar

ସୋମବାର ରାଶିଫଳ

ମେଷ: ଜଞ୍ଜାଳରୁ ମୁକ୍ତି ମିଳିବ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। ମନ ଚଞ୍ଚଳ ରହିବ। ମାନ-ଅଭିମାନର ପରିସମାପ୍ତି ଘଟିପାରେ। ଆଶାନୁରୂପ ଧନ ମିଳିପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ବୃଷ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ସନ୍‍ମାର୍ଗୀ ହେବେ। ବିବେକୀ ବ୍ୟକ୍ତି ଭାବେ ଲୋକପ୍ରିୟତା ଅର୍ଜନ କରିବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। କୃଷି କାର୍ଯ୍ୟରେ ତତ୍ପର ହେବେ। ସୁସ୍ଥ ରହିବେ।

- Advertisement -

ମିଥୁନ: କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। କୌଣସି କାରଣରୁ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। ନିର୍ଭୀକ ହେବେ। ସାଧୁ ସେବା କରି ନିଜକୁ ଧନ୍ୟ ମନେ କରିବେ। ମହତ୍‍ବ୍ୟକ୍ତିର ପରିଚୟ ଦେବେ। ଶାସ୍ତ୍ରାନୁରକ୍ତି ହେବେ। ବିବାଦରେ ବିଜୟୀ ହେବେ।

କର୍କଟ: ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ପର ସ୍ତ୍ରୀକୁ ମାତୃବତ୍‍ ଆଚରଣ ପ୍ରଦର୍ଶନ କରିବେ। ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିପାରେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି।

ସିଂହ: ଭୁଲ ସିଦ୍ଧାନ୍ତରେ ଉପନୀତ ହୋଇ ଖର୍ଚ୍ଚାନ୍ତ ହେଲେ ବି; ରୋଜଗାର ପ୍ରଚୁର ପରିମାଣର ହୋଇପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସନ୍ତାନ ସୁଖ ନ ମିଳିପାରେ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସାହାଯ୍ୟ ମିଳିବ।

କନ୍ୟା: ଚାଷ-ବାସକୁ ସଜାଡ଼ି ଆନନ୍ଦ ଅନୁଭବ କରିପାରନ୍ତି। ଆୟ ଉତ୍ତମ ଧରଣର ହେବ। ଖର୍ଚ୍ଚ ତତୋଧିକ ହୋଇପାରେ। ମଧୁରଭାଷୀ ହେବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ସୁଖୀ ହେବେ।

ତୁଳା: କର୍ମ ଚଞ୍ଚଳ ରହିବେ। ସତ୍ୟାନୁରକ୍ତ ହେବେ। ପୁଣ୍ୟବାନ ହୋଇପାରନ୍ତି। ବକ୍ତାଭାବେ ପ୍ରତିଷ୍ଠା ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବହୁ ହିତୈଷୀ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ସ୍ତରରୁ ସମ୍ମାନ ଓ ଧନଲାଭ ହେବ।

ବିଛା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ପୁଣ୍ୟ ଅର୍ଜନ କରିବେ। ଶାସ୍ତ୍ରପ୍ରତି ଅନୁରକ୍ତ ରହିବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବହୁ ଗୌରବର ଅଧିକାରୀ ହେବେ।

ଧନୁ: ଜନମଙ୍ଗଳ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି। ଧର୍ମ ଆଶ୍ରିତ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ଦୃଷ୍ଟିଭଙ୍ଗୀ ଉଚ୍ଚକୋଟିର ହେବ। ମନ ପ୍ରଫୁଲ୍ଲ ରହିବ। ସେବା ପରାୟଣ ମନୋଭାବ ରହିବ।

ମକର: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ର ଉତ୍ସାହ ବୃଦ୍ଧି ପାଇବ। ନିକୃଷ୍ଟ ସାଙ୍ଗମାନଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ।

କୁମ୍ଭ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୁଶ୍ଚରିତ୍ର ବ୍ୟକ୍ତିମାନଙ୍କୁ ଦୂରେଇ ଦେବେ। ସେବା ପରାୟଣ ମନୋଭାବର ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ଅର୍ଜନ କରିପାରନ୍ତି। ଧର୍ମ ପ୍ରିୟ ସଙ୍ଗୀତ ପ୍ରିୟ ହେବେ। ସାଧୁ ସେବା କରିବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ରାଜପ୍ରସାଦ ଭଳି ଗୃହରେ ଅବସ୍ଥାନ କରି ସୁଖ ପାଇ ପାରନ୍ତି। ସୁବର୍ଣ୍ଣ ଭଳି ମୂଲ୍ୟବାନ ପଦାର୍ଥ ଲାଭ ହେବ। ଐଶ୍ୱର୍ଯ୍ୟପ୍ରାପ୍ତ ହେବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories