www.samajalive.in
Sunday, December 14, 2025
19.1 C
Bhubaneswar

ବିଧାୟକଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟସୁରକ୍ଷା ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବଡ଼ମ୍ବା: ନୂତନ ଭାବେ ଯୋଗଦେଇଥିବା ଆଠଗଡ଼ ଉପଖଣ୍ଡର ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ବ୍ଲକର ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବଡ଼ମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ଭାରପ୍ରାପ୍ତ ତହସିଲଦାର ତପନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟତଃ ଖାଦ୍ୟସୁରକ୍ଷା ଜନିତ ରାସନକାର୍ଡ଼ ବିତରଣ ବ୍ୟବସ୍ଥା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାଗତ ସମସ୍ୟା ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉକ୍ତ ବୈଠକରେ ବିଧାୟକ ଶ୍ରୀ ମିଶ୍ର ଏହାର ସ୍ଥିତି ଏବଂ ସମାଧାନ ଦିଗରେ ସମୀକ୍ଷା କରିଥିଲେ।

ହରିଶ୍ଚନ୍ଦ୍ର ଯୋଜନାରେ ବଞ୍ଚିତଥିବା ହିତାଧିକାରୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ପ୍ରଦାନ, ଜାତୀୟ ପରିବାର କଲ୍ୟାଣ ଯୋଜନା ଏବଂ ଖାଦ୍ୟ ସୁରକ୍ଷାରେ ବଞ୍ଚିତ ଥିବା ତଥା ଅପେକ୍ଷାରତ ଆବଦେନକାରୀଙ୍କୁ ସେମାନଙ୍କ ରାସନକାର୍ଡ଼ ପ୍ରଦାନ ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହାରିଥିବା ପୀଡ଼ିତଙ୍କ ପରିବାରକୁ କ୍ଷତିପୁରଣ ମିଳିବା ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲାପାଳ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିଭଳି ବଡ଼ମ୍ବା ସୁନାପାଳଠାରେ ହେବାକୁଥିବା ସରକାରୀ ଆଇଟିଆଇ କେନ୍ଦ୍ର, ଉପକାରାଗାର ସନ୍ନିକଟରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ଏବଂ ପ୍ରସ୍ତାବିତ ଏକ ଟେକଷ୍ଟାଇଲ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନିତ କରିବାକୁ ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ର ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନଭାବେ ଗଠିତ ୧୦ଟି ରାଜସ୍ୱ ସର୍କଲ ନିମିତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ମଧ୍ୟ ଆବଶ୍ୟକ ଜମି ଅଧିଗ୍ରହଣ କରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ତତଃ ପକ୍ଷେ ୧୦ଦିନ ମଧ୍ୟରେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ତହସିଲଦାର, ରାଜସ୍ୱ ନିରୀକ୍ଷକ, ସମାଜ ମଙ୍ଗଳ ଅଧିକାରୀ ଏବଂ ଯୋଗାଣ ବିଭାଗ କତୃପକ୍ଷ ନିଜନିଜ କ୍ଷେତ୍ରରେ ନିଶ୍ଚିତ କାର୍ଯ୍ୟ କରିବାକୁ ଉପଜିଲାପାଳ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories