www.samajalive.in
Sunday, December 14, 2025
26.1 C
Bhubaneswar

ୟୁଥ ଫୋର ଆକ୍ସନର ନବରଙ୍ଗପୁର ଟିମ ଘୋଷଣା

ନବରଙ୍ଗପୁର: ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ଠାରେ ‘ୟୁଥ ଫୋର ଆକ୍ସନ‘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା କମିଟି ଘୋଷଣା କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଆଇନଜୀବୀ ଝାଡେଶ୍ୱର ଖ।ଡେଙ୍ଗା ଯୋଗ ଦେଇ ଯୁବକମାନେ ଦେଶ ପାଇଁ ନିଃସ୍ୱାର୍ଥପର ଭାବେ କାମ କରିବାକୁ କହିଥିଲେ। ଏହି ସଂଗଠନକୁ ଅଧିକ ସୁଦୃଢ କରିବା ସହିତ ଅଧିକ ଯୁବକଙ୍କୁ ସାମିଲ କରି ସମାଜ ସେବା କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡଃ. ବିଜୟ କୁମାର ମିଶ୍ର ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶରେ ଯୁବକମାନେ ଅନୁପ୍ରାଣିତ ହୋଇ କାମ କରିବାକୁ କହିଥିଲେ। ବିଜେପି ନେତା ମୃତ୍ୟୁଞ୍ଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଜିଲାର ଯୁବକମାନଙ୍କୁ ସାମିଲ କରି କାମ କରିବାକୁ କହିଥିଲେ।

ୟୁଥ ଫୋର ଆକ୍ସନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ,ସହ ସଂଯୋଜକ ସୁଜିତ ସିଂ ସମେତ ଅନ୍ୟ ରାଜ୍ୟ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ। ଯୁବ ସମାଜ ନିଜ ସ୍ୱାର୍ଥ ତ୍ୟାଗ କରି ସମାଜ ପାଇଁ ସେବା କରିବା ଏକ ବ୍ରତ ହେବା ଆବଶ୍ୟକ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସଚିବ ଭାବେ ୧୧ ବର୍ଷ ଚାକିରୀ ଥିବା ବେଳେ ଚାକିରୀ ଛାଡ଼ି ଭୁବନେଶ୍ୱର ସାଂସଦ ହେବାପରେ ଅପରାଜିତା ଷଡଙ୍ଗୀ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଏକ ନମ୍ବର ଭାବେ ଗଢି ତୋଳିବା ସ୍ୱପ୍ନ ନେଇ ସମଗ୍ର ରାଜ୍ୟରେ ୟୁଥ ଫୋର ଆକ୍ସନ ଗଠନ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ୟୁଥ ଫୋର ଆକ୍ସନ ଜିଲ୍ଲା ସମସ୍ୟାକୁ ନଜର ରଖି ସମାଧାନ ପାଇଁ କାର୍ୟ୍ୟ କରିବ ବୋଲି କହିଛନ୍ତି। ଜିଲ୍ଲା ସଭାପତି ସୀମାଞ୍ଚଳ ଶତପଥୀ ନୂତନ କାର୍ୟ୍ୟକାରିଣୀ ଘୋଷଣା କରିଥିଲେ। ଉପସଭାପତି ଭାବେ ଦିଲୀପ ଦାସ, ସଂଜୀବ ନନ୍ଦ ଓ ଜଗନ୍ନାଥ ନାୟକ, ସାଧାରଣ ସମ୍ପାଦକ ଭାବେ ସରୋଜ କୁମାର ବେହେରା, ସମ୍ପାଦକ- ମଳୟ କୁମାର ଜେନା, ଭଗଦେଵ ଗୌଡ଼, ପ୍ରକାଶ ରାଉତ ଓ ମନୋଜ ମହାଙ୍କୁଡ, ସୋସିଆଲ ମେଡିଆ ସହ-ସଂଯୋଜକ କାଲା କାନହୁ ନିଦାଏ, ସେବା କାର୍ୟ୍ୟ ସଂଯୋଜକ ଅଶୋକ ପ୍ରଧାନ, ସହ ସଂଯୋଜକ ବିଶି କେସନ ଚେତରିଆ, ଗୋ ସେବା ସଂଯୋଜକ ପ୍ରଫୁଲ୍ଲ ଯାନୀ, ସହ ସଂଯୋଜକ ବସନ୍ତ କୁମାର ସାହୁ, ଜିଲ୍ଲା ଛାତ୍ର ସଂଯୋଜକ ଦିପୁ ରଞ୍ଜନ ନାୟକ, ମିଡିଆ ସଂଯୋଜକ ଶ୍ରୀନିବାସ ପାତ୍ର, ନବରଙ୍ଗପୁର ନଗର ସଭାପତି ନିହାର ମହାନ୍ତି, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ଆଶିଷ ଟାକରି, ପାପଡାହାଣ୍ଡି ବ୍ଲକ ସଭାପତି ସୀତାରମ ବିଶୋଇ, ଝରିଗାଁ ବ୍ଲକ ସଭାପତି ବଳରାମ, ଚନ୍ଦାହାଣ୍ଡି ବ୍ଲକ ସଭାପତି କଣ୍ଠେଶ୍ୱର ନାୟକ, କୋଷଗୁମୁଡ଼ା ବ୍ଲକ ସଭାପତି ଯଶବନ୍ତ ନାୟକ, ମହିଳାମାନଙ୍କ ପାଇଁ କାର୍ୟ୍ୟରତ ‘ଅଜିତା‘ ପାଇଁ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ ଯୁବ ଆଇନଜୀବୀ ତଥା ସମାଜସେବୀ କୁମାରୀ ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ମନୋନୀତ ହୋଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories