www.samajalive.in
Sunday, December 14, 2025
26.1 C
Bhubaneswar

ନବୀନ ନିବାସ ଆଗରେ ଧାରଣା ଦେବେ ନ୍ୟାୟ ପାଇଁ ନିର୍ଯ୍ୟାତିତା ମହିଳା ସରପଞ୍ଚ

ଆଠଗଡ: ଜଣେ ବୟସ୍କା ମହିଳା ସରପଞ୍ଚ ନ୍ୟାୟ ନମିଳିଲେ ଆଗାମୀ ନଭେମ୍ବର ୧୫ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଆବସ ନବୀନ ନିବାସ ସମ୍ମୁଖରେ ପରିବାର ବର୍ଗଙ୍କ ସହ ଧାରଣା ଦେବେ ବୋଲି ଏକ ପ୍ରେସ୍‍ ବିଜ୍ଞପ୍ତି ଜରିଆରେ ଚେତାବନୀ ଦେଇଛନ୍ତି। ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ଶାସକ ଦଳ ସମର୍ପିତ ସରପଞ୍ଚ ସାବିତ୍ରୀ ରାଉତ ଗତ ପ୍ରାୟ ୬ମାସ ହେବ ମହାକାଳବସ୍ତରେ ଥିବା ନିଜ ଘରଦ୍ୱାର ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ସେ ଦେଇଥିବା ପ୍ରେସ୍‍ ବିଜ୍ଞପ୍ତିର ବିବରଣୀ ଅନୁଯାୟୀ ଗତ ମାର୍ଚ୍ଚମାସ ୩୧ତାରିଖରେ ମହାକାଳବସ୍ତ ଅଞ୍ଚଳର ୨୫-୩୦ଜଣ ବ୍ୟକ୍ତି ପଞ୍ଚାୟତର ପୋଖରୀରୁ ପ୍ରାୟ ୩ଲକ୍ଷ ଟଙ୍କା ମୂଲ୍ୟର ମାଛ ଜୋର ଜବରଦସ୍ତ ଚୋରୀ କରି ନେଇଥିଲେ।

ଏ ସଂପର୍କରେ ସରପଞ୍ଚ ଶ୍ରୀମତୀ ରାଉତ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଖୁଣ୍ଟୁଣୀ ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଗତ ମେ ମାସ ୧୦ତାରିଖରେ ସେହି ଲୋକମାନେ ସଂଘବଦ୍ଧ ଭାବେ ପୁଲିସ ଉପସ୍ଥିତିରେ ତାଙ୍କ ଘର ଉପରେ ଚଢାଉ କରି ଆକ୍ରମଣ କରିଥିଲେ ପୁଲିସର ଉପସ୍ଥିତିରେ ସେମାନେ ସଂପତ୍ତି ଲୁଟପାଟ କରିବା ସହ ତାଙ୍କର ଟ୍ରକ୍‍ ଓ ୪ଚକିଆ ଯାନକୁ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେ ଖୁଣ୍ଟୁଣୀ ଥାନାରେ ୧୦-୧୫ଟି ମାମଲା ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ସେମାନଙ୍କ ଧମକଚମକ ଓ ପୁନର୍ବାର ଆକ୍ରମଣ ଭୟରେ ସରପଞ୍ଚ ଶ୍ରୀମତୀ ରାଉତ ଓ ତାଙ୍କ ପରିବାର ଲୋକ ୭ମାସ ହେଲାଣି ଘରଦ୍ୱାର ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଅପରପକ୍ଷେ ପୁଲିସ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତବାରିଷି ସାଜି ମହାକାଳବସ୍ତ ଗ୍ରାମର କିଛି ଲୋକଙ୍କ ମାଧ୍ୟମରେ ସରପଞ୍ଚଙ୍କ ପୁଅଙ୍କ ନାମରେ ଏକାଧିକ ମିଥ୍ୟା ମାମଲା ରୁଜୁ କରାଇଥିବା ସେ ଅଭିଯୋଗ କରିଛନ୍ତି। ଗତ ୭ମାସ ମଧ୍ୟରେ ସଂପୃକ୍ତ ମହିଳା ସରପଞ୍ଚ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରାଞ୍ଚଳ ଆଇଜି, ମାନବାଧିକାର ସେଲର ଏଡିଜି, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ, ଆଠଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍‍, ଉପଜିଲ୍ଲାପାଳ, ତହସିଲଦାର ଓ ଜିଲ୍ଲାପାଳଙ୍କ ଲିଖିତ ଭାବେ ଏ ସଂପର୍କରେ ଜଣାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ପାଇଲେ ନାହିଁ। ଫଳରେ ସବୁ ମହଲରୁ ନିରାଶ ହେବା ପରେ ଏବେ ନଭେମ୍ବର ୧୫ତାରିଖ ମଧ୍ୟରେ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ନବୀନ ନିବାସ ସମ୍ମୁଖରେ ପରିବାର ସହ ଧାରଣା ଦେବେ ବୋଲି ପ୍ରେସ୍‍ ବିଜ୍ଞପ୍ତି ମାଧ୍ୟମରେ ଚେତାଇ ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories