www.samajalive.in
Sunday, December 14, 2025
26.1 C
Bhubaneswar

ରେଞ୍ଜର୍ସ ଓ ରୋଭର୍ସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ରୋଭର୍ସ ଓ ରେଞ୍ଜର୍ସ ଦ୍ୱାରା ଶିଶୁଦିବସର ଅବ୍ୟବହିତ ପୂର୍ବରୁ କଲେଜ ପରିସର, ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ନିକଟବର୍ତ୍ତୀ ଜଳାଶ୍ରୟ ଆଦିକୁ ବ୍ୟାପକ ସଫେଇ କରାଯାଇଛି। ରେଞ୍ଜର ଲିଡର ଅଧ୍ୟାପିକା ଡଃ ସୁରେଖା ଦାସ, ରୋଭର ଲିଡର ଅଧ୍ୟାପକ ପ୍ରଣବ ଦାସ ଏବଂ ସହକାରୀ ରୋଭର ସ୍କାଉଟ ଲିଡର ଶୁଭଦର୍ଶନ ମହାପାତ୍ର ଓ ସହକାରୀ ରେଞ୍ଜର ଲିଡର ପ୍ରଜ୍ଞାପାରମିତା ସାହୁଙ୍କ ନେତୃତ୍ୱରେ କଲେଜର ରେଞ୍ଜର ଓ ରୋଭର ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ସଂପୂର୍ଣ୍ଣ କଲେଜ ପରିସର ସଫେଇ କରିବା ସହ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ପୋଖରୀର ଚତୁଃପାର୍ଶ୍ବ ସଫେଇ କରିଥିଲେ। ଏଥି ସହିତ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତୀ ଏବଂ ଚତୁଃପାର୍ଶ୍ବକୁ ମଧ୍ୟ ସଫେଇ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories