www.samajalive.in
Saturday, December 6, 2025
16.1 C
Bhubaneswar

ଗୁଣି ଗାରେଡ଼ି ସନ୍ଦେହରେ ଭାଇ ଓ ଭାଉଜଙ୍କୁ ହତ୍ୟା

ବାରିପଦା: ଗୁଣି ଗାରେଡ଼ି କରି କ୍ଷତି ଘଟାଉଥିବା ସନ୍ଦେହରେ ନିଜ ବଡ଼ ଭାଇ ଓ ଭାଉଜଙ୍କୁ ଗଳା କାଟି ହତ୍ୟା କରିଛି ଭାଇ। ଅଭିଯୁକ୍ତ ସାନ ଭାଇ ରଥ ହେମ୍ବ୍ରମ (୪୦)କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲା, ବାରିପଦା ବ୍ଲକର ରାଜାବସା ପଞ୍ଚାୟତ ଅନ୍ତର୍ଗତ କୁକୁଡାଯୋଡି ଗାଁର ପୂର୍ଣ୍ଣ ହେମ୍ବ୍ରମ(୬୫) ଓ ପତ୍ନୀ ସିନ୍‍ଗ(୫୫) ଗତକାଲି ରାତିରେ ଘରେ ଶୋଇଥିଲେ। ସାନ ଭାଇ ରଥ ହେମ୍ବ୍ରମ ରାତି ପ୍ରାୟ ୧୧ଟାରେ ଶୋଇଥିବା ଭାଇ ପୂର୍ଣ୍ଣକୁ ଘର ବାହାରକୁ ଡାକି ନେଇ ହତ୍ୟା କରିଥିଲା। ପରେ ଘରେ ଶୋଇଥିବା ଭାଉଜକୁ ହତ୍ୟା କରିଥିଲା। ପୁଲିସ ୨ଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ଏ ସଂପର୍କରେ ମୃତକଙ୍କ ପୁଅ କହ୍ନେଇ ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ ହୋଇଛି। ଭାଇ ଓ ଭାଉଜ ଉଭୟେ ଗୁଣି ଗାରେଡି କରୁଥିବା ସାନ ଭାଇ ରଥ ସନ୍ଦେହ କରୁଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories