www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ନକ୍ସା ପ୍ରସ୍ତୁତ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି। ଚେନ୍ନଇ, ବରୋଦା ଏବଂ ଦିଲ୍ଲୀର କେତେକ ବୈଷୟିକ କର୍ମଚାରୀ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ନକ୍ସା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନାଟମଣ୍ଡପର ୪ଗୋଟି ପିଲର ଏବଂ ବିମ୍‍ ସମେତ କ୍ୟାପିଟାଲ ବିମ୍‍ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି। ବୈଷୟିକ କୋର୍‍ କମିଟି ନିକଟରେ ଖୁବ୍‍ଶୀଘ୍ର ନକ୍ସା ଉପସ୍ଥାପନ କରାଯିବ। ସେମାନଙ୍କ ଅନୁମୋଦନ ପରେ ଆର୍ଥିକ ମଞ୍ଜୁରୀ ପାଇଁ ଏଏସ୍‍ଆଇ ମୁଖ୍ୟ କାର୍ଯ୍ୟାଳୟ ପଠାଯିବ। ଏହାଛଡ଼ା ଚେନ୍ନଇ ଆଇଆଇଟି ପ୍ରଫେସର ଅରୁଣ କୁମାର ମେନନଙ୍କ ମତାମତ ଲୋଡ଼ାଯିବ। ନାଟମଣ୍ଡପ ମରାମତି ପୂର୍ବରୁ ଅତ୍ୟାଧୁନିକ ପ୍ରଣାଳୀରେ ଲୋଡ୍‍ ମିଟର ଲଗାଯାଇ ବିମ୍‍ ଓ ପିଲରଗୁଡ଼ିକ ଉପରେ ପଡୁଥିବା ଭାର ଆକଳନ କରାଯିବ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା କେନ୍ଦ୍ରର ସହାୟତା ନିଆଯିବ। ବିମ୍‍ ଓ ପିଲରଗୁଡ଼ିକରେ ଦେଖା ଦେଇଥିବା ଫାଟ ନୂଆ କି ପୁରୁଣା ଏବଂ ସେଗୁଡ଼ିକ ନାଟମଣ୍ଡପ ଛାତ ଭାର ସମ୍ଭାଳିବାକୁ ଏବେ ସମର୍ଥ କି ନାହିଁ ସେଥିନେଇ ଆକଳନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ନାଟମଣ୍ଡପ ଛାତ ଏବଂ କାନ୍ଥର କେତେକ ପଥର ଭାଙ୍ଗିରୁଜି ଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ପାଣି ଗଳୁଥିବା ସ୍ଥାନରେ ତରଳ ପଦାର୍ଥ ଦିଆଯାଇ ମରାମତି କରାଯିବ। ଜୟବିଜୟ ଦ୍ୱାର ଏବଂ ଗରୁଡ଼ସ୍ତମ୍ଭ ଛାତରେ ଫାଟ ଥିବା ପୂର୍ବରୁ ଠାବ କରାଯାଇଛି। ନାଟମଣ୍ଡପ ଓ ଜଗମୋହନ ଏବଂ ନାଟମଣ୍ଡପ-ଭୋଗମଣ୍ଡପ ଘର ସଂଯୋଗସ୍ଥଳ ଛାତ ମରାମତି କରାଯିବା ପ୍ରସ୍ତାବ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories