www.samajalive.in
Saturday, December 6, 2025
16.1 C
Bhubaneswar

ପେଟ୍ରୋଲ, ଡିଜେଲ ଉପରୁ ରାଜସ୍ଥାନ କମାଇଲା ୪% ଭାଟ୍‍

ନୂଆଦିଲ୍ଲୀ:ତୈଳ ଦରରେ ବୃଦ୍ଧିିକୁ ଦୃଷ୍ଟିରେ ରଖି ରାଜସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‍)ରେ ୪% ହ୍ରାସ ଘଟାଇଛନ୍ତି। ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନେ୍ଧ ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଫଳରେ ନୂଆ ଦର ରବିବାର ମଧ୍ୟରାତ୍ରରୁ ଲାଗୁ କରାଯିବ। ଭାଟ୍‍ରେ ହ୍ରାସ ପରେ ରାଜସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ ଘଟିବ। ସମ୍ପ୍ରତି ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ଉପରେ ରହିଛି। ରାଜସ୍ତାନ ସରକାର ପେଟ୍ରୋଲ ଉପରେ ୩୦% ଏବଂ ଡିଜେଲରେ ୨୨% ଭାଟ୍‍ ନେଉଥିଲେ। ହ୍ରାସ ପରେ ବର୍ତ୍ତମାନ ପେଟ୍ରୋଲ ଉପରେ ଭାଟ୍‍ ୨୬% ଏବଂ ଡିଜେଲରେ ୧୮%କୁ ହ୍ରାସ ଘଟିଛି। ଏହି ନିଷ୍ପତ୍ତି ଫଳରେ ରାଜସ୍ତାନ ସରକାରଙ୍କ ରାଜକୋଷକୁ ୨୦୦୦ କୋଟି ଟଙ୍କାର କ୍ଷତି ହେବ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories