www.samajalive.in
Saturday, December 6, 2025
26.1 C
Bhubaneswar

 ଓଡ଼ିଶାରେ କଂଗ୍ରେସର ମହାମେଣ୍ଟ ଯୋଜନା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସ ଓଡ଼ିଶାର ସମଭାବାପନ୍ନ ଦଳ ଗୁଡ଼ିକ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହେଉଛି। ଜାତୀୟସ୍ତରରେ ଏନଡିଏ ବିରୋଧୀ ମହାମେଣ୍ଟରେ ସାମଲି ଦଳ ଗୁଡ଼ିକ ସହ ରାଜ୍ୟସ୍ତରରେ ବୁଝାମଣା ହେବ। ଏନେଇ ଦଳକୁ କେତେ ଫାଇଦା ମିଳିବ ସେନେଇ କଂଗ୍ରେସ ନେତୃତ୍ୱ ଆକଳନ କରୁଛନ୍ତି। ଓଡ଼ିଶାରେ ବାମପନ୍ଥୀ ଦଳ ସିପିଏମ, ସିପିଆଇ ସମେତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍) ଆଦି ଦଳଙ୍କ ସହ ଆସନ ବୁଝାମଣା ହୋଇପାରେ। ସମଭାବପନ୍ନ ଦଳ ଗୁଡ଼ିକ ସହ ଏକାଠି ଲଢ଼ିଲେ କଂଗ୍ରେସ ଅପେକ୍ଷାକୃତ ଅଧିକ ସଫଳତା ପାଇପାରିବ ବୋଲି କେନ୍ଦ୍ରୀୟ ନେତୃତ୍ୱ ଅନୁଭବ କରୁଛନ୍ତି। ଚଳିତ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନେଇ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ସଫଳତା ପରେ ଅନ୍ୟ ରାଜ୍ୟରେ ସହଯୋଗୀଙ୍କୁ ନେଇ କେନ୍ଦ୍ରର ଏନଡିଏ ଓ ରାଜ୍ୟସ୍ତରରେ ଅଣକଂଗ୍ରେସ ସରକାର ବିରୋଧରେ ଲଢ଼େଇ ଜାରି ରଖାଯିବ।
ସମଭାବପନ୍ନଦଳ ନେତୃତ୍ୱଙ୍କ ସହ ଉତ୍ତମ ସଂପର୍କ ରଖିବା ପାଇଁ ଏଆଇସିସି ପ୍ରତ୍ୟେକ ରାଜ୍ୟ କଂଗ୍ରେସ ସଂଗଠନକୁ ପରାମର୍ଶ ଦେଇଥିବାର ଜଣାପଡ଼ିଛି। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସମଭାବପନ୍ନଦଳ ଗୁଡ଼ିକୁ ସାମିଲ କରିବା ପାଇଁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରର ଅନ୍ୟ କେତେକ ଛୋଟ ଦଳଙ୍କୁ ସାମିଲ କରିବା ନିଷ୍ପତି ରାଜ୍ୟ କଂଗ୍ରେସ ସଂଗଠନ ଉପରେ ଛାଡ଼ି ଦିଆଯିବ।
ରାଜ୍ୟ କଂଗ୍ରେସ ନେତୃତ୍ୱ ଦଳର ଭୋଟ ହାର ବୃଦ୍ଧି କରିବା ତଥା ରାଜ୍ୟବାସୀଙ୍କ ଅଧିକ ବିଶ୍ୱାସଭାଜନ ହେବା ପାଇଁ ନିର୍ବାଚନର ବହୁପୂର୍ବରୁ ପ୍ରାର୍ଥୀ ଘୋଷଣା କରିବା ପାଇଁ କସରତ ଆରମ୍ଭ କରିଛନ୍ତି। ପ୍ରଥମ ପ୍ରାର୍ଥୀ ତାଲିକାରେ ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ପୂର୍ବରୁ ଦଳ ଘୋଷଣା କରିଛି। କେବଳ ବିଧାନସଭା ଆସନ ପାଇଁ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ପ୍ରଥମ ୫୦ ଆସନ ପ୍ରାର୍ଥୀ ତାଲିକାରେ ଦଳୀୟ ବିଧାୟକ ଏବଂ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ଅଳ୍ପ ଭୋଟରେ ହାରିଥିବା ନେତାଙ୍କ ନାମ ରହିବ। ସମଭାବପନ୍ନ ଦଳ ସହ ଆସନ ବୁଝାମଣା ହେଲେ ବଳକା ୯୭ ବିଧାନସଭା ଓ ୨୧ ଲୋକସଭା ଆସନ ମଧ୍ୟରୁ କେତେକ ଆସନ ଛାଡ଼ି ଦିଆଯିବ। ଚଳିତ ମାସରେ ଏଆଇସିସି ତରଫରୁ ଗଠିତ ତିନି ଜଣିଆ ସ୍କିନିଂ କମିଟି ଆଗୁଆ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ କରିବାର ସମ୍ଭାବନା ରହିଥିବାର ଜଣାପଡ଼ିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories