www.samajalive.in
Saturday, December 13, 2025
18.1 C
Bhubaneswar

ଚାକିରୀ ନାଁରେ ଦେଢ଼ କୋଟି ଟଙ୍କା ଠକିଥିବା ଅଭିଯୁକ୍ତକୁ ନବରଙ୍ଗପୁରରୁ ଉଠାଇନେଲା ଅର୍ଥନୈତିକ ଅପରାଧ ଶାଖା

ନବରଙ୍ଗପୁର :  ନିଜକୁ ଗୃହ ବିଭାଗର କର୍ମଚାରୀ କହି ପୁଲିସ ଚାକିରୀ ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତକୁ ନବରଙ୍ଗପୁରରୁ ଉଠାଇନେଲା ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା।
ଗତ କିଛି ବର୍ଷ ହେବ ନିଜକୁ ଗୃହବିଭାଗର ଅଫିସର ଏବଂ କର୍ମଚାରୀ କହି ଲୋକଙ୍କୁ ପୁଲିସ ଚାକିରୀ ଦେବା ନାରେ ୩୮ ଜଣ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଘଟଣା ପଦାକୁ ଆସିବା ପରେ ଅର୍ଥନୈତିକ ଅପରାଧ ଶାଖା  ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା। ଫୋନ କୁ ଟ୍ରାକ କରି ଇଓଡବ୍ଲ୍ୟୁ ଗତକାଲି ନବରଙ୍ଗପୁର ରେ ପହଞ୍ଚିଥିଲା।  ନବରଙ୍ଗପୁର ଏସପିଙ୍କ ନିର୍ଦେଶରେ ନବରଙ୍ଗପୁର ଥାନାର ଗୋଟିଏ ଟିମ ସହ ଇଓଡବ୍ଲ୍ୟୁ ଟିମ୍ ନବରଙ୍ଗପୁର ଥାନା ଅନ୍ତର୍ଗତ ପକନାଗୁଡା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ବୈକୁଣ୍ଠ ନାୟକଙ୍କୁ ତାଙ୍କ ଶ୍ବଶୁର ଘରୁ ଠାବ କରିବା ସହ ଅଭିଯୁକ୍ତ ଠାରୁ ୧୨ ଟି ଏଟିଏମ କାର୍ଡ ଏବଂ ନକଲି ପରିଚୟ ପତ୍ର ଜବତ କରିଥିଲା। ଏବଂ ତା ନାମରେ ଥିବା ସମସ୍ତ ଏକାଉଣ୍ଟକୁ ଫ୍ରିଜ୍ କରିଛି। ଅଭିଯୁକ୍ତକୁ ଥାନାକୁ ଆଣିବା ପରେ ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରିଥିଲେ ନବରଙ୍ଗପୁର ପୁଲିସ। ଅଭିଯୁକ୍ତକୁ ଭୁବନେଶ୍ୱର ନେଇ ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଥିବା ବେଳେ ବୈକୁଣ୍ଠ ନିଜକୁ ଗୃହବିଭାଗର ସ୍ୱେକ୍ସେନ ଅଫିସର କହି ଜାଲ ପରିଚୟ ପତ୍ର ତିଆରି  କରି ଲୋକଙ୍କୁ ଠକୁଥିଲା ବୋଲି ନବରଙ୍ଗପୁର ପୁଲିସ ସୂଚନା ଦେଇଅଛି

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories