www.samajalive.in
Sunday, December 14, 2025
15.1 C
Bhubaneswar

ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସାଂସଦ ଓ ବିଧାୟକ

ବୌଦ୍ଧ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଗୋଟିଏ ପଟେ ନିର୍ବାଚନ ପରିଚାଳନା ପାଇଁ ସରକାରୀସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ରାଜନୈତିକ ଦଳଗୁଡିକ ମଧ୍ୟ ନିର୍ବାଚନରେ ବିଜୟୀ ହେବାକୁ ନିଜ ନିଜର ରଣକୌଶଳ ପ୍ରସ୍ତୁତି ରେ ଲାଗିପଡିଛନ୍ତି। ଏହି ପରିପ୍ରେକ୍ଷିରେ ବୌଦ୍ଧଜିଲା ବିଜେଡି ପକ୍ଷରୁ ପୁର୍ତ୍ତ ବିଭାଗ ବଙ୍ଗଳାଠାରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତାନନ୍ଦ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଯୋଗଦେଇ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ମୁକାବିଲା କରିବା ପାଇଁ ଦଳୀୟ କର୍ମୀଙ୍କୁ ଗରୁମନ୍ତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ସାଂସଦ ଡଃ. ସାମନ୍ତ ନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ହିଁ ଯଥେଷ୍ଟ ବୋଲି ପ୍ରକାଶ କରିବା ସହିତ ଦଳର ନେତାମାନେ ନିଜ ନିଜ ଭିତରେ ଥିିବା ମନୋମାଳିନ୍ୟକୁ ଭୁଲି ଦଳ ପାଇଁ ଏକାଠି କାମ କଲେ ବିଜୟ ସୁନିଶ୍ଚିତ ବୋଲି ପରାମର୍ଶ ଦେଇଥିଲେ। ସେହିପରି ବୌଦ୍ଧ ବିଧାୟକ ଶ୍ରୀ ଅମାତ ରାଜ୍ୟ ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଅନେକ ଜନହିତକର ଯୋଜନା କାର୍ଯ୍ୟକାରି କରିଛନ୍ତି। ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ ଯୋଜନା ଓ ବିକାଶର ବାର୍ତ୍ତା ଗ୍ରାମାଞ୍ଚଳରେ ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲାରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ କ୍ରମାଗତ ଭାବରେ ବିଜୟୀ ହୋଇ ଆସୁଥିବା ବେଳେ ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ଏବଂ ବିଜୟର ଧାରା ଜାରି ରଖିବାକୁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

କଣ୍ଟାମାଳ ବିଧାୟକ ଶ୍ରୀରଣା ବିରୋଧୀଙ୍କ ମିଥ୍ୟା ପ୍ରଚାରକୁ ପ୍ରତିହତ କରିବା ପାଇଁ ରଣନିତି ପ୍ରସ୍ତୁତି ସହିତ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଗୁରୁତ୍ୱାରୋପ କରିଥିଲେ। ଜିଲା ପର୍ଯ୍ୟବେକ୍ଷକ ଶ୍ରୀନାୟକ ଦଳକୁ ବିଜୟୀ କରାଇବାକୁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଜଣାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନ ପ୍ରକିୟା ନେଇ ସୂଚନା ପ୍ରଦାନ କରିଥିଲେ। ଜିଲାର ପ୍ରତ୍ୟେକ ଜିଲା ପରିଷଦର ଜୋନରୁ ତିନିଜଣ ପ୍ରାର୍ଥୀଙ୍କ ନାମ ପ୍ରଥମେ ବିଚାରକୁ ନିଆଯାଇ ସେମାନଙ୍କ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି ଶ୍ରୀନାୟକ ସୂଚନା ଦେଇଥିଲେ। ଏହି ସମାବେଶରେ ସାଂସଦ ଓ ବିଧାୟକମାନେ ସିଧାସଳଖ ଆଲୋଚନାରେ ଦଳୀୟ କର୍ମୀଙ୍କ ଠାରୁ ଆପତ୍ତି ଅଭିଯୋଗ ଶୁଣିବା ସହିତ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ସାଂସଦ ଡଃ.ସାମନ୍ତ ବ୍ୟକ୍ତିଗତ ଭାବରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ସମୟ ଦେବା ସହିତ ବିକାଶ ଦିଗରେ ସମସ୍ତ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ।

ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓ ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମୀ ସମାବେଶରେ ଜିଲାର ସମସ୍ତ ପଞ୍ଚାୟତରୁ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାଂସଦ ଓ ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ହୋଇଥିବା ଏହି କର୍ମୀ ସମାବେଶ ଦଳରେ ନର୍ବାଚନୀ ଉଷ୍ମତା ବୃଦ୍ଧି କରିଥିବାବେଳେ ଏହି ସମାବେଶ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ବୃଦ୍ଧି କରିପାରିଥିବା ଓ ଆଗାମୀ ନିର୍ବାଚନ ପାଇଁ ଏହା ଲାଭଦାୟକ ହେବବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories