www.samajalive.in
Sunday, December 14, 2025
17.1 C
Bhubaneswar

ତାଲୁକ୍ ଆଇନ ସେବା କମିଟି ଆନୁକୂଲ୍ୟରେ ମାଗଣା ଆଇନ ସଚେତନତା ଶିବିର

ସାରନଗରୀ : ତାଲୁକ ଲିଗାଲ ସେବା କମିଟି ଆନୁକୂଲ୍ୟରେ ଗତ ନଭେମ୍ବର ୧୮ଠାରୁ ବିଭିନ୍ନ ଗ୍ରାମ, ବସ୍ତି ଓ ସହରାଂଚଳରେ ମାଗଣା ଆଇନ ସେବା ସଚେତନତା କର୍ମଶାଳା ପାରା ଲିଗାଲ ସ୍ୱେଛାସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ଶ୍ରମିକ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଡ଼.ଧର୍ମେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଗଣା ଆଇନ ସେବା ମଧୁ ବାରିଷ୍ଟର ସେ ସମୟରେ କିପରି କରୁଥିଲେ ତାହାର ଜ୍ୱଳନ୍ତ ଉଦାହରଣ ଦେଇ ବିସ୍ତୃତ ଆଲୋଚନା କରିଥିଲେ । ଡ଼ାକ୍ତର ବିଷ୍ଣୁପ୍ରିୟା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କହିଲେ ମାଗଣା ଆଇନ ସେବା ଏକ ଦୟା ବା ଅନୁଗ୍ରହ ନୁହେଁ ଜଣେ ଯୋଗ୍ୟ ତାଲିକାଭୁକ୍ତ ବ୍ୟକ୍ତିଙ୍କର ଏହା ଏକ ସାମ୍ବିଧାନିକ ଅଧିକାର ଅଟେ । ଏଣୁ ଏହାର ସୁଯୋଗ ନେବାପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଅଧ୍ୟକ୍ଷ ଶ୍ରୀପରିଡ଼ା ତାଙ୍କ ବକ୍ତବ୍ୟରେ କହିଲେ ସମାଜରେ ବସବାସ କରୁଥିବା ତୃଣମୂଳ ସ୍ତରର ଗରିବ, ଅବହେଳିତ, ଆଦିବାସୀ, ହରିଜନ, ଶାରୀରିକ ଭିନ୍ନକ୍ଷମ,ଏଚଆଇଭି ପ୍ରଭାବିତ ବ୍ୟକ୍ତି ମାନଙ୍କ ପାଇଁ ମାଗଣା ଆଇନ ସେବାର ଆଇନଗତ ବ୍ୟବସ୍ଥା ରହିଛି । ଏହାର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କୁ ସେ ଅନୁରୋଧ କରିଥିଲେ । ଅନ୍ୟତମ  ସ୍ୱେଛାସେବୀ ସଚଳା ପଣ୍ଡା ତାଲୁକ ଲିଗାଲ କମିଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ପ୍ରତିମା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବୁଦ୍ଧିଜିବୀ, ସମାଜସେବୀ ଓ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories