www.samajalive.in
Sunday, December 14, 2025
16.1 C
Bhubaneswar

ଆଫଗାନିସ୍ତାନ ଭରସାରେ ଭାରତ

ଆବୁଧାବି: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିବ। ଭାରତ ପାଇଁ ସେମିଫାଇନାଲ ରାସ୍ତା ସହଜ ହେବ। ଏଭଳି ଆଶା କୋଟିକୋଟି ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗତ ଏକ ସପ୍ତାହ ଧରି ସାନ୍ତ୍ବନା ଦେଇ ଚାଲିଛି। ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଭାରତର ସେମିଫାଇନାଲ ରାସ୍ତା ଏବେ ଆଫଗାନିସ୍ତାନ ଭରସାରେ ରହିଛି। ୟୁଏଇରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ -୨୦୨୧ର ଗ୍ରୁପ-ଏ ର ସେମିଫାଇନାଲ ପକ୍କା ହୋଇଥିବାବେଳେ ଗ୍ରୁପ-ବି ର ଦ୍ବିତୀୟ ଦଳକୁ ନେଇ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ପାକିସ୍ତାନ ସେମିଫାଇନାଲରେ ପହଞ୍ଚି ସାରିଥିବାବେଳେ ଦ୍ବିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଭାରତ ମଧ୍ୟରୁ କିଏ ଯିବ ତାହାକୁ ନେଇ ଏବେ ମଧ୍ୟ ଛକାପଞ୍ଚା ଲାଗି ରହିଛି। ଏହି ଦୌଡ଼ରେ ନ୍ୟୁଜିଲାଣ୍ଡ ବହୁତ ଆଗରେ ରହିଥିବାବେଳେ ଭାରତ ଭାଗ୍ୟ ଆଫଗାନିସ୍ତାନ ଚମତ୍କାରିତା ଉପରେ ଝୁଲି ରହିଛି।

ରବିବାର ଆବୁଧାବିରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ଭାରତୀୟ ପ୍ରଂଶସକଙ୍କ ନଜର ରହିଛି। ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ଭାରତର ସେମିଫାଇନାଲ ଭାଗ୍ୟ ନିର୍ଦ୍ଧାରଣ କରିବ। ଆଫଗାନିସ୍ତାନ ଯଦି ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ ହୁଏ ତେବେ ଭାରତର ସେମିଫାଇନାଲ ଆଶା ବଢିଯିବ। ଅନ୍ୟପକ୍ଷରେ ଆଫଗାନିସ୍ତାନ ପରାଜିତ ହେଲେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ସିଧାସଳଖ ପହଞ୍ଚିବା ବେଳେ ଭାରତ ଓ ଆଫଗାନିସ୍ତାନ ଆଶା ଶେଷ ହେବ। ଭାରତ ସୋମବାର ଶେଷ ଲିଗ୍ ମ୍ୟାଚ ନାମିବ୍ୟା ସହିତ ଖେଳିବ। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଭାରତ ଓ ନାମିବ୍ୟା ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହେବ। ଯଦି ନ୍ୟୁଜିଲାଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରେ ତେବେ ଭାରତ ଓ ନାମିବ୍ୟା ମ୍ୟାଚ ଗୁରୁତ୍ବହୀନ ହୋଇପଡ଼ିବ। ଏହି ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ଆଫିଗାନିସ୍ତାନ ମ୍ୟାଚ ଉଭୟ ଦଳ ଅପେକ୍ଷା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି।

- Advertisement -

ଆଇସିସି ଟ୍ବେଣ୍ଟି୨୦ ମାନ୍ୟତାର ୮ ନମ୍ବର ସ୍ଥାନରେ ଥିବା ଆଫଗାନିସ୍ତାନ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ଗ୍ରୁପ ୩ୟ ସ୍ଥାନରେ ରହିଛି। ଦଳକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ ବିଜୟର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଦଳ ପାଇଁ ସହଜ ମନେ କରାଯାଉନଥିଲେ ମଧ୍ୟ ଜିତିବାର ଆଶାକୁ ଏଡାଇ ଦିଆଯାଇନପାରେ। ଅନ୍ୟପକ୍ଷରେ କେନ୍ ୱିଲିୟମସନଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାଜିତ ହେବା ପରେ କ୍ରମାଗତ ୩ଟି ମ୍ୟାଚରେ ବିଜୟୀ ହୋଇଛି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ବହୁତ ଆଗରେ ରହିଛି। ବଡ ଚମତ୍କାରିତା କେବଳ ଆଫଗାନିସ୍ତାନକୁ ମ୍ୟାଚ ଜିତାଇ ପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories