www.samajalive.in
Sunday, December 14, 2025
23.1 C
Bhubaneswar

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦: ମହାରାଷ୍ଟ୍ରଠାରୁ ଓଡ଼ିଶା ପରାସ୍ତ

କଟକ: ଲକ୍ଷ୍ନୌରେ ଚାଲିଥିବା ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ୨ୟ ପରାଜୟ ଭୋଗିଛି। ଶନିବାର ଗ୍ରୁପ୍ ‘ଏ’ ମ୍ୟାଚ୍ରେ ଓଡ଼ିଶାକୁ ୨୭ ରନ୍ରେ ମହାରାଷ୍ଟ୍ର ପରାସ୍ତ କରିଛି। ୩ୟ ମ୍ୟାଚ୍ରେ ଏହା ଓଡ଼ିଶାର ୨ୟ ପରାଜୟ। ଋତୁରାଜ ଗାଏକ୍ୱାଡ୍ ଓ କେଦାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମହାରାଷ୍ଟ୍ର ୮ ୱିକେଟରେ ୧୮୩ ରନ୍ କରିଥିଲା। ପରେ ଓଡ଼ିଶା ୧୮.୫ ଓଭରରେ ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ସୋମବାର ପଞ୍ଜାବ ବିପକ୍ଷରେ ଓଡ଼ିଶା ୪ର୍ଥ ମ୍ୟାଚ୍ ଖେଳିବ।

ଟସ୍ ଜିତି ମହାରାଷ୍ଟ୍ର ବ୍ୟାଟିଂ କରିଥିଲା। ଋତୁରାଜ ଗାଏକ୍ୱାଡ୍ ଓ କେଦାର ଯାଦବ ୨ୟ ୱିକେଟ ପାଇଁ ୧୩ ଓଭରରେ ୧୩୧ ରନ୍ ଯୋଡ଼ିଥିଲେ। କେଦାର ୩୫ ବଲ୍ରୁ ୭ଟି ଚୌକା ସହ ୫୫ ରନ୍ କରିଥିଲେ। ଋତୁରାଜ ୪୭ ବଲ୍ରୁ ୩ଟି ଛକା ଓ ୧୦ଟି ଚୌକା ସହ ୮୧ ରନ୍ କରିଥିଲେ। ଓଡ଼ିଶାର ଦେବବ୍ରତ ପ୍ରଧାନ ୩ଟି ଏବଂ ଦୁଇ ସ୍ପିନର ଜୟନ୍ତ ବେହେରା ଓ ବିକାଶ ରାଉତ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୮୪ ରନ୍ ଲକ୍ଷ୍ୟରେ ଓଡ଼ିଶାର ଅଧିନାୟକ ରାଜେଶ ଧୁପର ୧୬, ଅଂଶୁମାନ ରଥ, ଶୁଭ୍ରାଂଶୁ ସେନାପତି ୨୭, ଅଭିଷେକ ଯାଦବ ୨୩, ଗୋବିନ୍ଦ ପୋଦ୍ଦାର ୧୭, ଅଭିଷେକ ରାଉତ ୨୯ ରନ୍ କରିଥିଲେ। ଡି. ହିଙ୍ଗାନେକର ୪ଟି ଓ ଏ. ପାଲକର ୩ଟି ୱିକେଟ ନେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories