www.samajalive.in
Saturday, December 6, 2025
15.1 C
Bhubaneswar

ଲୋଭ ଦେଖାଇ ୬୫ ହଜାର ଟଙ୍କା ନେଇଗଲା ସାଇବର ଠକ

ପାଟଣା : ଘଟଗାଁ ବ୍ଲକ ମନୋହରପୁର ଗ୍ରାମର କ୍ଷୀରୋଦ କୁମାର ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ୪୯୯୯ ଟଙ୍କା ର ଲୋଭ ଦେଖାଇ ସାଇବର ଠକ ତାଙ୍କ ବ୍ୟାଙ୍କ ଜମାଖାତା ରୁ ୬୫ ହଜାର ଟଙ୍କା ଠକି ନେଇଛି । କ୍ଷୀରୋଦଙ୍କ ମୋବାଇଲକୁ ଜଣେ ଅଜଣା ବ୍ୟକ୍ତି କଲ କରି ତାଙ୍କ ଫୋନ୍-ପେ କୁ ଅପ ଟୁ ଡେଟ୍ କରିବାକୁ ପରାମର୍ଶ ଦେବାସହ ତାଙ୍କୁ ୪୯୯୯ ଟଙ୍କା ପୁରସ୍କାର ମିଳିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। କ୍ଷୀରୋଦ ଲୋଭରେ ପଡ଼ି ଫୋନ୍-ପେ କୁ ଅପ ଟୁ ଡେଟ୍ କରିଦେବା ପରେ ପରେ ତାଙ୍କ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜମାଖାତାରୁ ୩ ଥରରେ ମୋଟ ୬୫ ହଜାର ଟଙ୍କା କଟିଯାଇଥିବା ଜାଣିବାକୁ ପାଇଥିଲେ । ୟୁପିଆଇ ମାଧ୍ୟମରେ ଏହି ଟଙ୍କା ଉଠା ଯାଇଥିବା ଜଣାପଡିବା ପରେ କ୍ଷୀରୋଦ ଭୁବନେଶ୍ୱର ସାଇବର ଥାନାକୁ ଠକେଇ ସମ୍ପର୍କରେ ଅନଲାଇନରେ ଜଣାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories