www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲେ ଗାଁ ସାଥି ସଂଘ

କଲମପୁର : ରାଜ୍ୟ ଗାଁ ସାଥି ସଂଘର ଆହ୍ୱାନ କ୍ରମେ କଲମପୁର ବ୍ଲକ ଗାଁ ସାଥି ସଂଘ ତରଫରୁ ଶୁକ୍ରବାର ଗାଁ ସାଥିଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦୀର୍ଘ ୧୩ ବର୍ଷ ଧରି କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ମନରେଗା ଯୋଜନାରେ କାର୍ଯ୍ୟ କରି ଆସୁଛନ୍ତି ଗାଁ ସାଥି । କିନ୍ତୁ ଏହି ଯୋଜନାରେ ଅନେକ ସମୟରେ ଗାଁ ସାଥି ମାନଙ୍କୁ ଅଣ ଦେଖା କରାଯାଉଥିବା ଗାଁ ସାଥି ସଂଘ ତରଫରୁ ଅଭିଯୋଗ କରାଯାଉଛି । ଯେଉଁଥିପାଇଁ ଗାଁ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଗାଁ ସାଥି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହା ସହ ଆନ୍ଦୋଳନ ପାଇଁ ଗାଁ ସାଥି ଏବେ ରାଜରାସ୍ତାରେ। ଶୁକ୍ରବାର କଲମପୁର ବ୍ଲକ ଗାଁ ସାଥି ସଂଘର ସଭାପତି ହିମାଂଶୁ ପଟ୍ଟନାୟକ, ସମ୍ପାଦକ ରାଜେନ୍ଦ୍ର ନାୟକ, ସୁବ୍ରତ କୁମାର ବେହେରା, ଶରତ ଚନ୍ଦ୍ର ସୁନାନୀ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଗାଁ ସାଥି ସ୍ଥାନୀୟ କାଳୀକୃଷ୍ଣ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରଶନ୍ନ କୁମାର ପଟେଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ଗାଁ ସାଥି ସଂଘର ଦାବୀ ମୁତାବକ କୋଭିଡ ଭଳି ମହାମାରୀ ସମୟରେ ଅସହାୟ ହେଇ ପଡିଛନ୍ତି ଗାଁ ସାଥି ଓ ସେମାନଙ୍କ ପରିବାର । ସରକାର ସମସ୍ତଙ୍କ ପ୍ରତି ସହଯୋଗର ହାତ ବଢେଇ ଥିଲେ ମଧ୍ୟ ଗାଁ ସାଥି ମାନଙ୍କ ପ୍ରତି ଅଣ ଦେଖା କରିଥିଲେ । ତେଣୁ ତୁରନ୍ତ ଏହାର ସୁବିଚାର କରି ପ୍ରତ୍ୟେକ ଗାଁ ସାଥିଙ୍କୁ କୋଭିଡ ସହାୟତା ବାବଦକୁ ୨୦ ହଜାର ଟଙ୍କାର ସହାୟତା ଦେବାକୁ ଦାବି କରିଛନ୍ତି । ସେହିଭଳି ମସକୁ ୧୦ ଦିନର କାର୍ଯ୍ୟ ଓ ବର୍ଷକୁ ଅତିକମରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ମାସିକ ୮ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସଂଘ ଦାବି କରିଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories