BJD Bijuli 480×75 Mob

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉତ୍କଳରେ ଯୁବ ରୋଜଗାରକ୍ଷମ କାର୍ଯ୍ୟକ୍ରମ ଉଦ୍‍ଘାଟିତ

BJD Bijuli 480×75 Mob

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ‘ଉତ୍କଳ ଏଣ୍ଟରପ୍ରିନରସିପ୍‍ ଆଣ୍ଡ କ୍ୟାରିୟର ହବ’ ଏବଂ ଟାଟା କନ୍‍ସଲଟାନ୍ସି ସର୍ଭିସେସ(ଟିସିଏସ)ର ମିଳିତ ସହଯୋଗରେ ବାଣୀବିହାର ନ୍ୟୁଏକାଡେମିକ ବ୍ଲକରେ ‘ଯୁବ ରୋଜଗାରକ୍ଷମ କାର୍ଯ୍ୟକ୍ରମ’ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ପରିବର୍ତ୍ତନର ବାର୍ତ୍ତାବହ। ସେମାନେ ନିଜର ଦକ୍ଷତା ବିକାଶ ପାଇଁ ପ୍ରତିଯୋଗିତାମୂଳକ ମନୋଭାବ, ଆତ୍ମବିଶ୍ୱାସ, ସଂଯୋଗ, ଚରିତ୍ର ଓ ଯୋଗଦାନ ଉପରେ ଗୁରୁତ୍ୱ ଦେବା ଦରକାର। ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଟିସିଏସ ସହାୟତା ଯୋଗାଇ ଦେବ। ତେବେ ଟିସିଏସର ଯୁବ ରୋଜଗାରକ୍ଷମ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କୁଳପତି କହିଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଶିକ୍ଷା ଓ ନିଯୁକ୍ତି ଉପରେ ଆଲୋଚନା କରିଥବାବେଳେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ବୃଦ୍ଧି ପରେ କିଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ପାଇପାରିବେ ସେ ସମ୍ପର୍କରେ ଟିସିଏସ-ସିଏସଆର ମହାପ୍ରବନ୍ଧକ ପ୍ରିୟା ଏସ.ମହାପାତ୍ର ବକ୍ତବ୍ୟ ରଖିଥିଲେ। ‘ଉତ୍କଳ ଏଣ୍ଟରପ୍ରିନରସିପ୍‍ ଆଣ୍ଡ କ୍ୟାରିୟର ହବ’ ନିର୍ଦେଶକ ପ୍ରଫେସର ଏ.ଏ.ଖାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

‘ଯୁବ ରୋଜଗାରକ୍ଷମ କାର୍ଯ୍ୟକ୍ରମ’ ଜରିଆରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ କରାଯିବ ଏବଂ ସେମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ରୋଜଗାରକ୍ଷମ ଜନିତ ସମସ୍ୟା କିଭଳି ସଫଳ ଭାବେ ସମାଧାନ କରାଯାଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଏହି କାର୍ଯ୍ୟକ୍ରମ ଜରିଆରେ ଯୋଜନା ପ୍ରସ୍ତୁତ ହୋଇଛି।

Comments are closed.