ବୌଦ୍ଧ: ଦେଶର ସଂସ୍କୃତି ଓ ପରମ୍ପରାକୁ ନେଇ ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିର୍ବନ ଆଣିବା ଲକ୍ଷ୍ୟରେ ସର୍ବ ଭାରତୀୟ ସ୍ତରରେ ଭାରତୀୟ ଶିକ୍ଷଣ ମଣ୍ଡଳ କାର୍ଯ୍ୟ କରିଆସୁଥିବା ଏକ ଅଗ୍ରଣୀ ସଂଗଠନ। ଏହି ସଂଗଠନର ଜିଲ୍ଲା ଶାଖା ପକ୍ଷରୁ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଏହାର ପରିର୍ବନ ସଂପର୍କରେ ଏକ ଆଲୋଚନା ଚକ୍ର ସ୍ଥାନିୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବୌଦ୍ଧ ପାୟତ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ପ୍ରଭାଷ ଚନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଧ୍ୟାପକ ଡଃ ପ୍ରବିର କୁମାର ଦାସ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଭାରୀ ପ୍ରଣବ କୁମାର ନାୟକ ମୁଖ୍ୟ ବକ୍ତା ଭାବେ, ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପ୍ରଭାରୀ କୁମାର ଦିବାକର ଯୋଗ ଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପରିର୍ବନର ଆବଶ୍ୟକତା ଓ ଭାରତୀୟ ଶିକ୍ଷା ମଣ୍ଡଳର ଲକ୍ଷ୍ୟ ସଂପର୍କରେ ଆଲୋଚନା କରିଥିଲେ।
ଏହାପରେ ଜିଲ୍ଲା ଶାଖାର ନୂତନ କର୍ମର୍କା ଚୟନ କରାଯାଇଥିଲା। ଅର୍ଜ୍ଜୁନ କହଁରଙ୍କୁ ଜିଲ୍ଲା ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ସହ ସଂଯୋଜକ ଭାବେ ଭାଗୀରଥି ରଥ (କଂଟାମାଳ ବ୍ଲକ), ସଂଜୟ ଦେହୁରୀ (ବୌଦ୍ଧ ବ୍ଲକ), ନିର୍ମଳ ରଣା (ହରଭଙ୍ଗା ବ୍ଲକ) ଓ ରବିନ୍ଦ୍ର ଚୌଧୁରୀଙ୍କୁ ବୌଦ୍ଧ ସହରର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ମହିଳା ପ୍ରକଷ୍ଟ ରେଣୁପ୍ରଭା ବେହେରା, ଯୁବ ଆୟାମ ସୁଶାନ୍ତ ମଲ୍ଲିକ, ଶୈଖିକ ସଂଯୋଜକ ଡଃ ପ୍ରବିର କୁମାର ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଂଗଠନର ସଦସ୍ୟ ବିଜୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସଂପାଦକ ଅର୍ଜ୍ଜୁନ କହଁର ସଂଗଠନ ସଂପର୍କିତ ସୁଚନା ପ୍ରଦାନ କରିଥିଲେ। ଶେଷରେ ସଦସ୍ୟ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



