www.samajalive.in
Sunday, December 14, 2025
26.1 C
Bhubaneswar

ମମିତା ହତ୍ୟାକାଣ୍ଡ ଓ ବିଜୟ ଦଳବେହେରାଙ୍କ ଗିରଫ ପ୍ରତିବାଦରେ ଆଠଗଡ ବିଜେପିର ଶୋଭାଯାତ୍ରା ଓ ବିକ୍ଷୋଭ

ଆଠଗଡ: କଳାହାଣ୍ଡି ଜିଲ୍ଲାର ଘରୋଇ ବିଦ୍ୟାଳୟ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଜଘନ୍ୟ ହତ୍ୟା ଘଟଣା ଏବଂ ବଡମ୍ବାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ଆକ୍ରୋଷମୂଳକ ଗିରଫଦାରି ପ୍ରତିବାଦରେ ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଶୁକ୍ରବାର ବିଶାଳ ଶୋଭାଯାତ୍ରା ସହିତ ବିକ୍ଷୋଭ ପ୍ରଦର୍ଶନ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଗାନ୍ଧିମାର୍ଗସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟରୁ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଉଦବୋଧନ ଦେଇ ଶ୍ରୀ ରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ଉପସଭାପତି ସୁମିତ୍ରା ନାୟକ ଓ ସାଧାରଣ ସଂପାଦିକା ଲକ୍ଷ୍ମୀପ୍ରିୟା ଲେଙ୍କା ପ୍ରମୁଖ ଉଦ୍‍ବୋଧନ ଦେଇ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‍ସାଇନ୍‍ ପବ୍ଲିକ୍‍ ସ୍କୁଲ ଓ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଯେଉଁଭଳି ବିଭତ୍ସ ଭାବେ ହତ୍ୟାକରି ତାଙ୍କ ମୃତଦେହକୁ ପୋଡିଦେଇ ପୋତି ଦିଆଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ। ଏଥିରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା ପରିବର୍ତ୍ତେ ଘଣ୍ଟ ଘୋଡାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

- Advertisement -

ସନ୍‍ସାଇନ୍‍ ପବ୍ଲିକ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠତା ଏବଂ ଶ୍ରୀ ମିଶ୍ର ସଂପୃକ୍ତ ସ୍କୁଲରେ ଅନେକବାର ରାତ୍ରି ଯାପନ କରିବାର କାରଣ କଣ ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଥିଲେ। ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା ସହ ତାଙ୍କୁ ଗିରଫ କରିବା ଏବଂ ଉଭୟ ମନ୍ତ୍ରୀ ଓ ଗୋବିନ୍ଦ ସାହୁଙ୍କ ସମେତ ଏହି ହତ୍ୟାକାଣ୍ଡରେ ଜଡିତ ଅନ୍ୟମନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଏଥିସହିତ ବଡମ୍ବା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ବିଜୟ କୁମାର ଦଳବେହେରାଙ୍କୁ ଯେଉଁଭଳି ଭାବେ ପୁଲିସ ଶାସକ ଦଳର ହାତବାରିସି ସାଜି ଆକ୍ରୋଷମୂଳକ ଭାବେ ଗିରଫ କଲେ ତାକୁ ମଧ୍ୟ ବିଜେପି ନେତାମାନେ ତୀବ୍ର ନିନ୍ଦା କରିବା ସହ ଶ୍ରୀ ଦଳବେହେରା ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଖଲାସ କରିବା ଲାଗି ଦାବି କରିଥିଲେ।

ପରେ ପରେ ଏହି ଦଳୀୟ ଶୋଭାଯାତ୍ରା ସହର ପରିକ୍ରମା କରି ଆଠଗଡ ଥାନା ଠାରେ ପହଞ୍ଚିବା ପରେ ସେଠାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ବିରୋଧରେ ଏକ ଏତଲା ଦେବା ସଙ୍ଗେ ସଙ୍ଗେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଚିତ୍ରାନନ୍ଦ ଜେନା ରମାକାନ୍ତ ସେନାପତି, ଇଲା ପଣ୍ଡା, ସ୍ୱାଗତା ପଟ୍ଟନାୟକ, ବିଭିନ୍ନ ମଣ୍ଡଳ ସଭାପତି ନଚିକେତା ପରମାଣିକ, ନୂତନ କୁମାର ରାଉତ, ସୋମନାଥ ବେହେରା, ସନ୍ତୋଷ ରାଉତ, ଚିନ୍ମୟ ମଲ୍ଲିକ, ଆଇନଜୀବୀ ଅରୁଣ ମହାନ୍ତି, ସୁଭାଷ ଚନ୍ଦ୍ର ସାହୁ, ନିର୍ମଳ ପତ୍ରୀ, ଉମେଶ ସାମଲ, ରଞ୍ଜନ ସେନାପତି ପ୍ରଶାନ୍ତ ଗଣ୍ଟିଆ, ସତ୍ୟଜିତ୍‍ ମଲ୍ଲିକଙ୍କ ସମେତ ବହୁ ନେତା ଉଦ୍‍ବୋଧନ ଦେଇ ମମିତା ମେହର ହତ୍ୟାକାଣ୍ଡର ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଗରିଫ ଦାବି କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories