www.samajalive.in
Saturday, December 13, 2025
27.1 C
Bhubaneswar

ବ୍ଲକ ସ୍ତରୀୟ ସମନ୍ୱୟ ମେଳାରେ ୧୦୪ ସ୍ୱଂୟସହାୟକ ଗୋଷ୍ଠୀକୁ ୨ କୋଟି ୯୫ ଲକ୍ଷ ଋଣ ପ୍ରଦାନ

ବାଙ୍କୀ: ଶୁକ୍ରବାର ଦିନ ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବାଙ୍କୀ ଓ ଡମପଡା ବ୍ଲକର ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମନ୍ୱୟ ମେଳାର ଶୁଭ ଉଦ୍ଦ୍‍ଘାଟନ କରି ଗ୍ରାମାଞ୍ଚଳରେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ସୁଧାର ଆଣିବା ପାଇଁ ଓଡିଶା ଜୀବିକା ମିଶନ୍‍ ଓ ବ୍ଲକ ମିଶନ୍‍ ଶକ୍ତି ଅଧିନରେ ଥିବା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମ ରେ ଋଣ ଯୋଗାଣ ନିଶ୍ଚିତ ମହିଳା ସଶକ୍ତିକରଣର ଏକ ଅଙ୍ଗ ବୋଲି ଆଲୋକପାତ କରିଥିଲେ। ଏହି ମେଳା ମାଧ୍ୟମରେ କୃଷି, ଉଦ୍ୟାନ କୃଷି,ମାଛ ଚାଷ ଓ କୁକୁଡା ପାଳନ ପାଇଁ ୧୦୪ ଗୋଟି ମହିଳା ସ୍ୱଂୟସହାୟକ ଗୋଷ୍ଠୀକୁ ୨ କୋଟି ୯୫ ଲକ୍ଷ ଟଙ୍କାର ଋଣ ଅନୁମତି ପତ୍ର ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ବି.ଡି.ଓ ଆର୍ତ୍ତବନ୍ଧୁ ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ବି.ଏଲ୍‍.ଏଫ ର ସଭାନେତ୍ରୀ ଲିଲି ବେହେରା ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଶନ୍‍ଶକ୍ତି ଓ ଓଡିଶା ଜୀବିକା ମିଶନ୍‍ ତତ୍ୱାବଧାନରେ ମହିଳା ମାନେ ସ୍ୱାବଲମ୍ବନ ହେବା ପାଇଁ ଏହି ଋଣ ବ୍ୟବସ୍ଥା ଏକ ବିଶେଷ ସହଯୋଗ ବୋଲି କହିଥିଲେ। ଜୀବିକା ମିଶନ୍‍ ପ୍ରକଳ୍ପ ଅଧିକାରୀ ଅକ୍ଷୟ ଭଟ୍ଟ କାର୍ଯ୍ୟକ୍ରମ ସଂଚାଳନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମିଶନ୍‍ଶକ୍ତି ପକ୍ଷରୁ ସୂଜତା ମହାପାତ୍ର, ପ୍ରଦ୍ୟୁମ୍ନ ବେହେରା, ସଂଘମିତ୍ରା ପ୍ରଧାନ, ବିଭୂପ୍ରସାଦ ପାଢୀ, ମଞ୍ଜୁଳା ସାମଲ, ମାଳିନୀ ପ୍ରିୟଦର୍ଶିନୀ ଦେବୀ ଏବଂ ଏମ.ବି.କେ ଓ ବ୍ୟାଙ୍କ ମିତ୍ରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ବ୍ୟାଙ୍କର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories